>>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • ଡିଏଭି ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳନ

     

    ଭଞ୍ଜନଗର--  ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି  । ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ଉକ୍ତ  ମହାବିଦ୍ୟାଳୟର ଅବସର ପ୍ରାପ୍ତ ବିଶିଷ୍ଟ କ୍ରୀଡାବିତ୍ ଶ୍ରୀ ପି.ଆନନ୍ଦ ରାଓ ଯୋଗଦେଇଥିଲେ । ସକାଳ ଅଧିବେଶନ ରେ ବିଦ୍ୟାଳୟ ହାଉସ ଛାତ୍ରଛାତ୍ରୀଙ୍କ ଦ୍ବାରା ରାଲୀ କରାଯାଇଥିଲା । ନିମନ୍ତ୍ରିତ ଅତିଥି ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ  କରିଥିଲେ । ବିଦ୍ୟାଳୟ ତରଫରୁ ଶିକ୍ଷକ ଶ୍ରୀ ପ୍ରବୀଣ ପାତ୍ର ଓ  ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଧ୍ୟାନ ଚାନ୍ଦଙ୍କ ଖେଳ ପ୍ରତି ଥିବା ଅବଦାନକୁ ସ୍ମରଣ କରି ମୁଖ୍ୟ ଅତିଥି ଓ ଶିକ୍ଷକ ଶ୍ରୀ ବରୁଣ ବେହେରା  ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପିଇଟି ଶ୍ରୀ ୟୁ .ଉମାଶଙ୍କର ରାଓଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟ ଛାତ୍ରୀ ଚେତନା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତାଇ କୁଣ୍ଡ ମାଧ୍ୟମରେ ରକ୍ଷାତ୍ମକ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  ନବମ ଶ୍ରେଣୀର ଛାତ୍ର ଶୁଭମ୍ ବେହେରା ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସ୍ମିତିରାଣୀ ରାଉତ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ସୋନାଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୪----୬,୩୫ Sakhigopal News,29/8/2024

    Blog Archive

    Popular Posts