Breaking News

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ


ବରଗଡ଼ -- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ଠାରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲକ୍ଷ୍ମୀ ରାଇସ୍ ମିଲ୍ ର ମାଲିକ ପି.ସୁରୁବାବୁ ଯୋଗଦେଇଥିଲେ  ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ପରିଚାଳନା ସମିତିର ସମ୍ପାଦକ ମଦନ ମୋହନ ଦାଶ ରକ୍ଷା ବନ୍ଧନ ବିଷୟରେ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।ବିଦ୍ୟାଳୟର କୋଷାଧ୍ୟକ୍ଷ ଗଜାନନ ବନଛୋର ଉପସ୍ଥିତ ଥିଲେ । ଗୁରୁମା ମାନିନୀ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଜ୍ୟୋସ୍ନାରାଣୀ ନାଏକ ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ତରଙ୍ଗିଣୀ ସାହୁ ଗୁରୁମା ପରିଚାଳନା କରିଥିଲେ ।ଭାଇ ଭଉଣୀମାନେ ସମସ୍ତେ ପରସ୍ପରକୁ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ । ବୃକ୍ଷ ଏବଂ ଗାଈକୁ ରାକ୍ଷୀ ବାନ୍ଧି ଡ଼ାଳବ ଠାରେ ଥିବା ବସ୍ତିକୁ ଯାଇ ସେଠାରେ ଭାଇ ଭଉଣୀଙ୍କୁ ରାକ୍ଷୀ ବାନ୍ଧିଥିଲେ ।ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୮/୨୦୨୪----୭,୩୫ Sakhigopal News,20/8/2024

Blog Archive

Popular Posts