ପରିବେଶ ସୁରକ୍ଷା ଦିବସ ରେ ବୃକ୍ଷରୋପଣ
ସାକ୍ଷୀଗୋପାଳ ,---- ସତ୍ୟବାଦୀ ବ୍ଲକ ଅର୍ନ୍ତଗତ ବୀରରାମଚନ୍ଦ୍ର ପୁର ପଞ୍ଚାୟତର ତାଳପଡିଆ ବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଯେଁଉଭଳି ଭାବରେ ଏବେ ସବୁଠାରେ ରାସ୍ତା ଓ ଘର ତିଆରି କରାଯାଉଥିବାରୁ ବହୁ ପୁରାତନ ଗଛ ହାଣି ପଦା କରାଯାଉଛି । ଯାହା ଫଳରେ ପରିବେଶ ଠିକ ସେ ସନ୍ତୁଳିତ ରହୁନାହିଁ। ଖରା ଦିନେ ପ୍ରବଳ ଖରା , ସଠିକ ସମୟରେ ବର୍ଷା ହେଉନାହିଁ । ଯାହା ଫଳରେ ରୁତୁ ସଠିକ ସମୟରେ ପରିବର୍ତ୍ତନ ହେଉନାହିଁ । ଯାହା ଫଳରେ କି ଆମକୁ ବିଭିନ୍ନ ରୋଗ୍ସେ ସମ୍ମୁଖୀନ ହେବାକୁ ପଡୁଛି । ବୈଜ୍ଞାନିକଙ୍କ ଠାରୁ ପରିବେଶବିତ୍ ଓ ରାଜନେତା ମାନେ ଏବେ ଗଛ ଲଗେଇବା ପାଇଁ ଯୋର ଦେଇଛନ୍ତି । ଏପରିକି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୃକ୍ଷ ରୋପଣ ପାଇଁ ଏ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ସହିତ ବହୁତ ପଦକ୍ଷେପ ମଧ୍ୟ ନେଇଛନ୍ତି। ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସରପଞ୍ଚ ବର୍ଷାରାଣୀ ସେଠୀ, ପଞ୍ଚାୟତର ପି. ଇ .ଓ, ଶଙ୍କର ପ୍ରଧାନ ,ବିଷ୍ଣୁ ବେହେରା, ସଂଗ୍ରାମ ପ୍ରଧାନ ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୮/୨୦୨୪----୮,୪୫ Sakhigopal News,24/8/2024