ଟେଲିକମ୍ପାନୀ ମାନେ ସେବାରେ ଅବହେଳା କଲେ ଅର୍ଥ ଦଣ୍ଡ
ଭଞ୍ଜନଗର: ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ସଭା ଗୃହ ଠାରେ ଟେଲିକମ ଗ୍ରାହକ ସଚେତନତା କର୍ମଶାଳାକୁ ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଘାଟନ କରିଥିଲେ I ଡିଜିଟାଲ ସାକ୍ଷରତା ଓ ଇ ସେବା ସମସ୍ତ ଇଣ୍ଟରନେଟ ସେବା ଉପରେ ନିର୍ଭର ଓ ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର ଯାହା ଜୀବନର ଅପରିହାର୍ଜ୍ୟ ହେବାକୁ ଲାଗିଲାଣି I ଉକ୍ତ କର୍ମଶାଳା କୁ ମହା ବିଦ୍ୟାଳୟ ଅଧକ୍ଷ ସୁଭାଷ ଚନ୍ଦ୍ର ସାମଲ ସଭାପତିତ୍ଵ କରିଥିଲେ । ଗ୍ରାହକ ସଚେତନତା ସର୍ବତ୍ର ହେବା ଉପରେ ଗୁରୁତ୍ଵ ଦେଇଥିଲେ । ନେଟୱର୍କ ସମସ୍ୟା, ଫେକ ମେସେଜ ଓ ସରକାର ଡିଜିଟାଲ ସାକ୍ଷର, ଇ ଗଭର୍ର୍ନସ ଜନିତ ଇତାଲ,ଉମାଙ୍ଗ,ଜନ ସମର୍ଥ,ଡିଗି ଲକାର,ଆଧାର ,ଇ-ସଞ୍ଜୀବନୀ ସ୍ୱାସ୍ଥ୍ୟ ସେବା,ଇ ଶ୍ରମ କାର୍ଡ, ଇ-ବେଙ୍କିଙ୍ଗ, ସମସ୍ତ ଇ-ସେବା ପାଇଁ ଆବଶ୍ୟକ ଭିତିଭୂମିର ଅଭାବ, ଅଞ୍ଚଳରେ ସାଇବାର ଅପରାଧ ବୃଦ୍ଧି ଦ୍ଵାରା ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ସାଇବାର କ୍ରାଇମ ଆକାର ଓ ନିରାକରଣ ଉପରେ ଉପସ୍ଥିତ ଗ୍ରାହକଙ୍କୁ ତାଲିମ ଦେଇଥିଲେI I ରାଡିଅସନ ବିକରଣର କୁପ୍ରଭାବରେ ପ୍ରକୃତିର ଜୀବଜାତ ଓ ପକ୍ଷୀ ମାନେ ଦିଗ ହରାହେଲେଣି ଓ ମହୁମାଛି ସବୁ ଲୋପ ଅଭିମୁଖେ ଯାହା ଆମ ଜଳବାଯୁ ଓ ଜୈବ ବିଭିଦତା ପ୍ରତି ବିପଦ ମାଡିବାକୁ ବସିଲାଣି । ତାହା ଉପରେ ଗବେଷଣା କରି ପ୍ରତିକାର ପଦକ୍ଷେପ ନେବାପାଇଁ ସରକାର ଓ ଟେଲିକମ କମ୍ପାନି ମାନେ ବଚନବଦ୍ଧ ବୋଲି ମୁଖ୍ୟ ବକ୍ତା ଭାବେ ରଞ୍ଜିତ କୁମାରଦାସ ମତ୍ତ ରଖିଥିଲେ I ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ ଅଣଦେଖା କରୁଛନ୍ତି । ରIତାରIତି କମ୍ପାନୀ ମାନେ ରିଚାର୍ଜ ପ୍ଳାନ ଭଡା ବଢେଇ ଦେଇଛନ୍ତି । କିନ୍ତୁ ତା ତୁଳନାରେ ସେବା ନଦେବା, ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ୱାଟତ୍ସ ଆପ୍ପ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀଗୁଡିକ କରିବା ଉପରେ ସମସ୍ତେ ଦାବୀ କରିଥିଲେ । ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଟେଲିକମ୍ପାନୀ ମାନନ୍ତୁ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ନିଷେIଦଶ ବଳବତ୍ତ ଲାଗୁ କରାଯାଉ I ବିଏସଏନଏଲ,ଏୟାରଟେଲ ଓ ଜିଓ କ୍ଷେତ୍ର ଅଧିକାରୀ ଓ ଶତIଧିକରୁ ଅଧିକ ଡିଗ୍ରୀ ଛାତ୍ରଛାତ୍ରୀ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷାବିତ ଅମୂଲ୍ୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୮/୨୦୨୪---୭,୪୫ Sakhigopal News,9/8/2024