ନିଆରା ରାକ୍ଷୀ ପୂର୍ଣ୍ଣିମା ପାଳନ କଲା "ମୋ ପରିବାର
ଜଟଣୀ:----"ମୋ ପରିବାର" ସଦାସର୍ବଦା ନିଆରା କାର୍ଯ୍ୟକ୍ରମ କରିଆସୁଛି l ସେହିପରି ସୋମବାର ରାକ୍ଷୀ ପୂର୍ଣ୍ଣିମାକୁ ନିଆରା ରୂପେ ପାଳନ କରିଛି"ମୋ ପରିବାର । ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ଶ୍ରୀହରି ବିହାର ସ୍ଥିତ ଆଶ୍ରମରୁ ଶୁଭାରମ୍ଭବ ହୋଇଥିଲା l ମାଷ୍ଟର ଶୁଭମଙ୍କୁ "ମୋ ପରିବାର"ସଦସ୍ୟା ଭଉଣୀ ରାଣୀ ମହାରଣା,ଭଉଣୀ ସୁଜେନ, ଗୁଗୁଲି, ଡୁଡୁଲୀ, ମାମାଲି,କୁନି,ଦିଶା ଏବଂ ଇଷା ଭଉଣୀ ମାନେ ରାକ୍ଷୀ ବାନ୍ଧି ଥିଲେ l ତା ପରେ ପ୍ରତିଷ୍ଠାତା ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଆଶ୍ରମରୁ "ମୋ ପରିବାର"ର ସଦସ୍ୟା ଭଉଣୀ ସସ୍ମିତା ମହାପାତ୍ର, ମଧୁମିତା ପାଣି,ଭାରତୀ ସିଂହ ପ୍ରମୁଖ ଭଉଣୀ ମାନେ "ମୋ ପରିବାର"ର ସମସ୍ତ ସଦସ୍ୟ ମାନଙ୍କ ଘରକୁ ଘର ବୁଲି ରାକ୍ଷୀ ବାନ୍ଧିବା ସହିତ ସଦାସର୍ବଦା ସୁସମ୍ପର୍କ ରକ୍ଷା କରିବା ଏବଂ ମିଳିମିଶି ସମାଜର ନୀତି,ନିୟମ ଓ ଆଦର୍ଶକୁ ମାନି ସତ୍ୟ,ସମୟ,ସଂସ୍କାର, ସମସ୍ୟା ଏବଂ ସମାଧାନ ଅନୁସାରେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ l ପ୍ରତିଷ୍ଠାତା ଶ୍ରୀ ଶତପଥୀ ଉପସ୍ଥିତ ସଦସ୍ୟା ଭଉଣୀ ମାନଙ୍କୁ ନେଇ ସନ୍ଧ୍ୟାରେ ମନ୍ଦିରରେ ମା'ଡ଼ମଣେଇ ଏବଂ ମା'ଉତ୍ତରାୟଣୀଙ୍କୁ ଦର୍ଶନ କରି "ମୋ ପରିବାର"ର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମଙ୍ଗଳ କାମନା ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୮/୨୦୨୪----୭,୪୫ Sakhigopal News,20/8/2024