ଜିଲ୍ଲା ସ୍ତରୀୟ ଉତ୍କର୍ଷ ତାଲିମ ଶିବିର
ଭଞ୍ଜନଗର, -- ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଓ ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓସେପା ଆନୁକୂଲ୍ୟରେ ଉତ୍କର୍ଷ ତାଲିମ ଶିବିର ଆୟୋଜିତ ହୋଇଯାଇଛି l ଏହା ଏକ ଦିନିକିଆ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଯାହାକି ଭଞ୍ଜନଗରରରେ ଦୁଇଦିନ ଧରି ଅନୁଷ୍ଠିତ ହେବ l ଆସନ୍ତାକାଲି ମଧ୍ୟ ଏହି ସମସ୍ତ ବିଦ୍ୟାଳୟରୁ ଅନ୍ୟ ବିଷୟଭିତ୍ତକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ତାଲିମ ଦିଆଯିବ l ଆଜିର ଏହି ତାଲିମ ଶିବିରରେ ମୋଟ ୨୪୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ବିଷୟ ଯଥା:- ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ତାଲିମ ଶିବିରରେ ଯୋଗଦେଇଛନ୍ତି l
ଗଞ୍ଜାମି ଜିଲ୍ଲା ଶିକ୍ଷାଧିକାରୀ ଅମ୍ରିତା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକାବେଳକେ ଦୁଇଟି ସବ୍ଡିଭିଜନ ଯଥା ଭଞ୍ଜନଗର ଓ ଛତ୍ରପୁରଠାରେ ଆରମ୍ଭ ହୋଇଛି l ପ୍ରକାଶ ଥାଉକି, ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏହି ତାଲିମ ଚାଲୁରହିଛି l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଓ ରାଜେଶ କୁମାର ପ୍ରଧାନ ଆଜି ଭଞ୍ଜନଗର ତାଲିମ ଶିବିର ପରିଦର୍ଶନ କରିଛନ୍ତି l ଶିକ୍ଷକମାନେ ଓଡ଼ିଆ ଭାଷାର ପ୍ରଚାର , ପ୍ରସାର ଓ ସଂବୃଦ୍ଧି ନିମନ୍ତେ ଯତ୍ନଶୀଳ ହେବାକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପରାମର୍ଶ ଦେଇଛନ୍ତି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା ସଂଯୋଜନା କରିଛନ୍ତି l
ୟୁ. ବି. ହାଇସ୍କୁଲ, ଭଞ୍ଜନଗର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଓ ଡି. ବି. ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରାଜ କହଁର ନିଜ ନିଜ ବିଦ୍ୟାଳୟରେ ଆୟୋଜିତ ଶିବିର ପରିଚାଳନା କରିଛନ୍ତି l ଏଥିରେ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଛନ୍ତି l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୮/୨୦୨୪----୯,୪୫ Sakhigopal News,30/8/2024