କୋଣାର୍କ ବନଖଣ୍ଡ ବନ୍ୟପ୍ରାଣୀ କାର୍ଯ୍ୟାଳୟରେ ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ
କୋଣାର୍କ:---- କୋଣାର୍କ ବନଖଣ୍ଡ ବନ୍ୟପ୍ରାଣୀ କାର୍ଯ୍ଯାଳୟରେ କୋଣାର୍କ ବାଣପଦା ଗ୍ରାମ ର ଅଶୋକ କୁମାର ନାୟକ(ଗାଣ୍ଡୁଆ)୫୮ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି। ଦୀର୍ଘ ବର୍ଷ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାମ କରି ଆସୁଥିଲେ ।ସେ ବିଶେଷ ଭାବେ ବନବିଭାଗ ଦ୍ଵାରା କୋଣାର୍କ ଅଭୟାରଣ୍ୟ ରେ ବୃକ୍ଷ ରୋପଣ କରି ଅନେକ ଜଙ୍ଗଲ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଚନ୍ଦ୍ରଭାଗା ଉପକୂଳରେ ବିରଳ ଅଲିଭିରିଡ଼ଲେ କଇଁଛଙ୍କ ସୁରକ୍ଷାଦେବା ଓ ସୁରକ୍ଷିତ ଭାବେ ଅଣ୍ଡା ସଂଗ୍ରହ କରି ଛୁଆ ସୃଷ୍ଟିକରି ସମୁଦ୍ରରେ ଛାଡିବା କାମରେ ନିୟୋଜିତ ହୋଇଥାନ୍ତି । ଦକ୍ଷତା ସହକାରେ ନିଜର କାମ କରି ବନବିଭାଗ ଦ୍ୱରା ଖୁବ ପ୍ରଶଂସିତ ହୋଇଥିଲେ । ବିଳମ୍ବିତ ରାତ୍ରିରେ ତାଙ୍କ ଛାତି ରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ଗ୍ୟାସ ହୋଇ ଏପରି ହେଉଥିବା ଭାବି ଘରେ ସାଧାରଣ ଘରୋଇ ଚିକିତ୍ସା କରିଥିଲେ ମାତ୍ର ସକାଳୁ ଯନ୍ତ୍ରଣା ନ କମି ଜୋରରେ ହେବାରୁ ଘର ଲୋକ ତୁରନ୍ତ ଅମ୍ବୁଲାନ୍ସ ଡକାଇ ଗୋପ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲା ମାତ୍ର ସେଠି ଚିକିତ୍ସାଧୀନ ଥିଲାବେଳେ ତାଙ୍କର ହଠାତ ହୃଦଘାତ ରେ ମୁତ୍ୟୁ ହୋଇଯାଇଥିଲା । ତାଙ୍କ ନିକଟରେ ପରିବାର ର ସମସ୍ତ ସଦସ୍ଯ ଉପସ୍ଥିତି ଥିଲେ ।ସ୍ବର୍ଗତ ଅଶୋକ ଙ୍କ ମରଶରୀର ଙ୍କୁ ନିଜ ଗ୍ରାମ କୁ ଆଣି ସୁସଜ୍ଜିତ କରି ଗ୍ରାମରେ ବୁଲାଇ ଗ୍ରାମ ନିକଟ ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ତାଙ୍କର ମୁତ୍ୟୁ ରେ କୋଣାର୍କ ସମେତ ବାଣପଦା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଅଶୋକ ଙ୍କ ଦୁଇ ଝିଅ ଓ ଏକ ମାତ୍ର ପୁତ୍ର ଅଛନ୍ତି ।ସାନ ପୁତ୍ର ନାଗାର୍ଜୁନ ନାୟକ ମୁଖାଗ୍ନି ଦେଇଥିଲେ । କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୨୯/୮/୨୦୨୪---୬,୪୦ Sakhigopal News,29/8/2024