ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ର ଷଷ୍ଠ ତମ ପୁଣ୍ୟତିଥି ପାଳନ
ବରଗଡ଼ --- ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ବରଗଡ଼ ବିଜେପି ତରଫରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ର ଷଷ୍ଠ ତମ ପୁଣ୍ୟତିଥି ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସ୍ମୃତିସଭା ପାଳନ କରାଯାଇଥିଲା ଏହି ସ୍ମୃତି ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କୁଶ କୁମ୍ଭାର ପରିଚାଳନା କରିଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡ଼. ଅରୂପାନନ୍ଦ ସାହୁ ,ବରିଷ୍ଠ ବିଜେପି ନେତା ଶ୍ରୀ ଅଶୋକ ପଣ୍ଡା , ଶ୍ରୀ ସୁବ୍ରତ ହୋତା, ଡ଼. ରାମକୃଷ୍ଣ ପୁରୋହିତ ସ୍ବର୍ଗତ ବାଜପେୟୀଙ୍କ ସ୍ମୃତି ଚାଳନା କରିଥିଲେ ।ଆଗାମୀ ଦିନରେ ବାଜପେୟୀ ଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ଦେଶ ପାଇଁ କାର୍ଯ୍ୟ କରିବା ପାଇଁ ଆଲୋକପାତ କରିଥିଲେ । ଶେଷରେ ଶ୍ରୀ ପରେଶ ବିଶି ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୮/୨୦୨୪----୮,୪୫ Sakhigopal News,17/8/2024