ସ୍ୱାଧୀନତା ଦିବସ ଅବସରରେ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା
ବରଗଡ଼ --- ୭୮ତମ ସ୍ୱାଧୀନତା ଦିବସ ଅବସରରେ ଜ଼ିଲ୍ଲା ସମାଜ ସେବୀ ସଂଘ ତରଫରୁ ବରଗଡ ଜିଲ୍ଲା ଭେଡେନ ବ୍ଲକ ବଡପିପିଲିପାଲି "ଆନନ୍ଦସେବା ସଦନ" ଆଶ୍ରମ ଠାରେ ରହୁଥିବା ଅନ୍ତେବାସୀଙ୍କୁ ମଶାରୀ ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଆଶ୍ରମରେ ମ୍ୟାଲେରିଆ ଓ ଡେଙ୍ଗୁ ରୁ କିପରି ରକ୍ଷା ପାଇପାରିବେ ତାହା ଉପରେ ସଚେତନତା ର ବାର୍ତ୍ତା ପ୍ରଦାନ କରାଯାଇଥିଲା l ଐତିହାସିକ ପପଙ୍ଗl ପାହାଡ ର ପାଦଦେଶରେ ଥିବା ଅମର ମାଟିର ବୀରପୁତ୍ର ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ର ସଭାପତି ବଳିଷ୍ଠ ଦୁର୍ଗା ଙ୍କ ନେତୃତ୍ଵରେ ସଂଘ ର ସକ୍ରିୟ ସଦସ୍ୟ ଚିତ୍ତ ଦାଦା, ବିକ୍ରମ ଦାଦା, ଦୀପକ ଦାଦା, ପ୍ରମୋଦ ଦାଦା,ନରେନ ଭାଇ, ଅନିଲ ଭାଇ, ବସନ୍ତ ଭାଇ, ହର୍ଷ ଭାଇ, ନମନ ଭାଇ, ନୂତନ ଭାଇ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୮/୨୦୨୪----୯,୨୫ Sakhigopal News,16/8/2024