Breaking News

ସାକ୍ଷୀଗୋପାଳ ଗ୍ରାମୀଣ ଆଇନସେବା ସଚେତନତା ଶିବିର



ସାକ୍ଷୀଗୋପାଳ----  ଜିଲା ଆଇନ ସେବା ପ୍ରାଧିକରଣ  ଅଧିନରେ  ସତ୍ୟବାଦୀ, ବାଲିଗୁଆଳି ଓ ବ୍ରହ୍ମଗିରିରେ କାର୍ଯ୍ୟାଳୟ ରହିଛି । ସେଥି ମଧ୍ୟରୁ ସତ୍ୟବାଦୀ ବ୍ଳକ ପରିସରରେ ରହିଥିବା ଗ୍ରାମୀଣ ଆଇନ ସହାୟତା କେନ୍ଦ୍ର ପକ୍ଷରୁ ସତ୍ୟବାଦୀ ବ୍ଳକର ସଦଭାବନା ସଭା ଗୃହ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।  ସର୍ବୋଚ୍ଚ ନ୍ୟାୟଳୟର ନ୍ୟାୟମୂର୍ତ୍ତି ସଞ୍ଜିବ ଖାନ ଓ ତାଙ୍କର ଧର୍ମପତ୍ନୀ ଆଶା ଖାନା, ନାସାର ସ୍ୱତନ୍ତ୍ର ଅଧିକାରୀ ମିସ ଶ୍ୟେୟା ଆରୋରା, ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୁଦୀପ୍ତ ଆଚାର୍ଯ୍ୟ, ଜିଲ୍ଲାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଅଜନ୍ତାଷଡଙ୍ଗୀ, ସଚିବ ଅମିତ କୁମାର ବାରିକ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଭ୍ୟ ଉପେନ୍ଦ୍ର ବିଶ୍ୱାଳ, ଅତିରିକ୍ତ ବିଡିଓ ସଲିଳ କୁମାର ଦାସ ଯୋଗ ଦେଇ ମହିଳା ପୁରୁଷ ମାନଙ୍କୁ ଆଇନର ସହଯୋଗ ଓ ଉପକାରିତା ଆଦି ସମ୍ପର୍କରେ ବୁଝାଇଥିଲେ ।  ଏହି ଅବସରରେ ସର୍ବୋଚ୍ଚ ନ୍ୟାୟଳୟର ନ୍ୟାୟମୂର୍ତ୍ତି  ବ୍ଳକ ପଛ ପାଶ୍ୱର୍ରେ ଥିବା ଅଠେଇଶ ଗ୍ରାମର କିଛି ପରିବାରଙ୍କୁ ଭେଟିବା ସମୟରେ ଉକ୍ତ ପରିବାର ଗୁଡିକ ସେମାନଙ୍କର ଅସୁବିଧା ସମ୍ପକରେ ଗୁହାରି କରିଥିଲେ । ପରେ ପରେ ସାକ୍ଷୀଗୋପିନାଥ ମନ୍ଦିର ପରିଦର୍ଶନ କରିଥିଲେ ।  ସାକ୍ଷୀଗୋପିନାଥଦେବଙ୍କ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀ ଓ ସେବାୟତ ସଂଘ ପକ୍ଷରୁ  ନ୍ୟାୟମୂର୍ତ୍ତିଙ୍କୁ ଠାକୁରଙ୍କୁ ଫୁଲ ଓ ଚନ୍ଦନ ପ୍ରଦାନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୪----୮.୫୫ Sakhigopal News,18/8/2024

Blog Archive

Popular Posts