ଆଳୁ ଦରକୁ ନେଇ ମୁହଁ ଖୋଲିଲା ସତ୍ୟବାଦୀ ବିଜେଡିର ଯୁବ ଛାତ୍ର ସଂଗଠନ ; ଆଳୁ କିଲୋପ୍ରତି ୨୫ଟଙ୍କା କର ନଚେତ ବ୍ଳକ ପରିସରରେ ଆଳୁ ବିକ୍ରୟ କରିବ ବିଜେଡି
ସାକ୍ଷୀଗୋପାଳ--- ରାଜ୍ୟରେ ଆଳୁ ଦର ନେଇ ବିଜେପି ସରକାର ଏବେ ଚିନ୍ତାରେ ପଡିଛନ୍ତି । ବିଭାଗୀୟ ମନ୍ତ୍ରୀ କେତେ ବେଳେ କ’ଣ କହୁଛନ୍ତି ତାହା ତାଳମେଳ ରହୁନାହିଁ । ଅନ୍ୟ ପକ୍ଷେ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବ୍ୟବସାୟୀ ସଂଘ ମାନିବାକୁ ନାରାଜ । ସେମାନଙ୍କୁ କିଣାକୁ ନେଇ ସେମାନେ ଆୁ ବିକ୍ରୟ କରୁଛନ୍ତି ବୋଲି ବ୍ôୟସାୟୀ ସଂଘ କହୁଛି । ଅନ୍ୟ ପକ୍ଷେ ବଜାରକୁ ସଠିକ ପରିମାଣର ଆଳୁ ଆସୁନାହିଁ । ସାକ୍ଷୀଗୋପାଳରେ ଏବେ ଆଳୁ ଦର ୁ କିଲୋପ୍ରତି ୫୦ ଟଙ୍କାରୁ କମିବାର ନାଁ ଗନ୍ଦ ଧରୁନାହିଁ । ସତ୍ୟବାଦୀ ବ୍ଳକ ଯୋଗାଣ ବିଭାଗ ଅଧିକାରୀଣି ଖୁଚୁରା ଆଳୁ ବିକ୍ରୟ କରୁଥିବା ଦେକାନୀ ଙ୍କ ଉପରେ ଚଡାଉ କରିବା ବେଳେ ଦେକାନୀ କହୁଛନ୍ତି ଆମେ ଦେକାନରେ ଦର ତାଳିକା ମାରିବୁ ନାହିଁ । ବେଶି କହିଲେ ଆଳୁ ପିଆଜ ବିକ୍ରୟ କରିବୁ ନାହିଁ ବୋଲି ରୋକଠୋକ ମନାକରୁଛନ୍ତି ବୋଲି ଜଣାପଡିଛି । ଅନ୍ୟ ପକ୍ଷେ ସତ୍ୟବାଦୀ ବିଜେଡି ଯୁବ ଛାତ୍ର ସଂଗଠନ ପକ୍ଷରୁ ଏକ ପ୍ରତିବାଦ କରାଯାଇଛି । ଏବଂ ଦୁଇଦିନ ବିଜେପି ସରକାରଙ୍କୁ ଅନୁରୋଧ କରାଯାଇଛି ତୁରନ୍ତ ଆଳୁ ଦର କମାଇବା ସହିତ ଆଳୁ ସମସ୍ୟା ତୁରନ୍ତ ଦୂର କରନ୍ତୁ ନଚେତ ବିଜେଡି ଯୁବ ଛାତ୍ର ସଂଗଠନ ବ୍ଳକ ପରିସରରେ ଆଳୁ ବିକ୍ରୟ କରିବା ପାଇଁ ବାଧ୍ୟ ହେବ ବୋଲି ସତ୍ୟବାଦୀ ବ୍ଳକର ବିଜେଡି ଯୁବ ଛାତ୍ର ସଂଗଠନର ସମ୍ପାଦକ ସୁବାଷ ପ୍ରଧାନଙ୍କ ସହିତ ଦେବଦତ୍ତ ସାମନ୍ତରାୟ , ପ୍ରକାଶ ଖଟେଇ, ପ୍ରଶାନ୍ତ ମହାପାତ୍ର, ନିମାଁଇ ଚରଣ ଦାଶ, କାଳୁ ପ୍ରଧାନ ଓ ୍ତୁଷାର ରଞ୍ଜନ ନାୟକଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୮/୨୦୨୪----୮,୧୫ Sakhigopal News, 9/8/2024