Breaking News

ସାକ୍ଷୀଗୋପାଳ ମନ୍ଦିରସହିତ ବିଭିନ୍ନ ମଠ ଓ ଗ୍ରାମ ମାନଙ୍କରେ ନନ୍ଦ ଉତ୍ସବ ପାଳିତ


 


ସାକ୍ଷୀଗୋପାଳ --- ସାକ୍ଷୀଗୋପାଳ ମନ୍ଦିରରେ ପ୍ରତିଦିନ ଭଳି ଦେବନୀତି କରାଯିବା ପରେ ନବଜାତ ଜନ୍ମିତ ଶ୍ରୀକୃର୍ଷ୍ଣଙ୍କୁ ଆଳତୀ, ଉପଚାର କରାଯାଇଥିଲା । ପରେ ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସେଊ, ନଡିଆ, କାକୁଡି, ଅଙ୍ଗୁର, କଦଳୀ, ଖଇ, କେରା ବାଳଭୋଗ କରାଯାଇଥିଲା ।  ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଓ ସେବାୟତ ସଂଘ ପକ୍ଷରୁ  କୋରା ବଣ୍ଟନ କରାଯାଇଥିଲା । ପରେ ପରେ ନବଜାତ ଶ୍ରୀକୃର୍ଷ୍ଣ ବା ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଦୋଳିରେ ଝୁଲାଇବା ସହ ‘’ଆହ ମୋ ନନ୍ଦ, କୋଳେ ଗୋବିନ୍ଦ ‘’ଗୀତ ଗାନ କରି ସେବାୟତ ମାନେ ଦୋଳି ବିମାନକୁ ଝୁଲାଇଥିଲେ ।  ସମସ୍ତ ନୀତିକାନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠିଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ମନ୍ଦିରରେ ନବଜାତ ଶ୍ରୀକୃର୍ଷ୍ଣଙ୍କୁ ଦୋଳିରେ ଝୁଲାଇବା ପାଇଁ ଗହଳି ଲାଗିଥିଲା । ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଫୁଲ, ଦୀପ ଦାନ କରି ଦର୍ଶନ କରିଥିଲେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ବିଭିନ୍ନ ମଠ ଓ ଗ୍ରାମ ମାନଙ୍କରେ ନନ୍ଦୋ ଉତ୍ସବ ପାଳନ କରାଯିବା ସହିତ ସଂଧ୍ୟାରେ ନନ୍ଦୋ , ଯଶୋଦା, ଶ୍ରୀକୃଷ୍ଣ, ରାଧା, ହନୁମାନ ଆଦି ବେଶରେ ଗ୍ରାମ ପରିକ୍ରମା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୮/୨୦୨୪--୮,୧୦ Sakhigopal News,27/8/2024

Blog Archive

Popular Posts