ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ଭଞ୍ଜନଗର--ଭଞ୍ଜନଗର ବ୍ଳକ୍ ମୁଜାଗଡ ପଞ୍ଚାୟତର ସରପଞ୍ଚ ସୁକାନ୍ତି ସେଠୀଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ଆଗତ ପାଇଁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମୁଜାଗଡ ପଞ୍ଚାୟତର ୧୧ ଜଣ ୱାର୍ଡ୍ ସଭ୍ୟ ଓ ସଭ୍ୟା I ସେମାନଙ୍କ ଅଭିଯୋଗ ପ୍ରକାରେ, ସରପଞ୍ଚ ଶ୍ରୀମତୀ ସେଠୀ ଜଣେ ଦୁର୍ନିତୀ ଖୋର୍ ବ୍ୟକ୍ତି ଅଟନ୍ତି I ମୁଜାଗଡ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କରାଇ ଅର୍ଥ ତୋଷାରପାତ କରିଛନ୍ତି । ସେହିପରି ବିନା ପଲ୍ଲୀସଭା କିମ୍ବା ନିର୍ଦ୍ଧାରଣରେ ବିଭିନ୍ନ ବିଲ୍ ଆଗତ କରାଯାଉଥିବା ବେଳେ ପଞ୍ଚାୟତର ସମସ୍ତ କାର୍ଯ୍ୟରେ ସରପଞ୍ଚଙ୍କ ଦୁର୍ନିତୀଖୋର୍ ମନୋଭାବ ଏବଂ ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ସ୍ୱାମୀ, ଅନଧିକାର ହସ୍ତକ୍ଷେପ କରୁ୍ଥିବା ଅଭିଯୋଗ ହୋଇଛି I ତେଣୁ ମୁଜାଗଡ ପଞ୍ଚାୟତର ନାଏବ ସରପଞ୍ଚ ଶୁସାନ୍ତ ନାଇକଙ୍କ ସମେତ ୧୧ଜଣ ସଭ୍ୟ ଓ ସଭ୍ୟା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ଆଗତ ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କ ନିକଟରେ ଆବେଦନ କରିଛନ୍ତି I
ପ୍ରକାଶ ଥାଉକି ମୁଜାଗଡ ପଞ୍ଚାୟତର ୧୫ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୧୧ ଜଣ ୱାର୍ଡ ସଭ୍ୟ ସରପଞ୍ଚ ଙ୍କ ବିରୋଧରେ ଦାବିପତ୍ର ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ମୁଜାଗଡର ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଉପସ୍ଥିତ ଥିଲେ । ସେହିଭଳି ଗତ ଦିନରେ ବେଲଗୁଣ୍ଠା ବ୍ଳକ ର ଆମ୍ବପୁଆ ଓ ପାଇଲିପଡା ସରପଞ୍ଚଙ୍କ ବିରୁଦ୍ଧରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିବାପାଇଁ, ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିକଟରେ ଦାବୀ ପତ୍ର ଦିଆଯାଇଛି । ସଂପୃକ୍ତ ପଞ୍ଚାୟତର ଓ୍ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ଠାରୁ ଜଣାପଡିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୮/୨୦୨୪---୮,୨୦ Sakhigopal News,24/8/2024