Breaking News

ଖୋର୍ଦ୍ଧାରୋଡ୍ ଷ୍ଟେସନ୍ ରୁ ଦୁଇ ଲୁଟେରା ଗିରଫ, ୫ମୋବାଇଲ ଜବତ



ଜଟଣୀ, ---: ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ରୁ ଦୁଇ ମୋବାଇଲ ଲୁଟେରାକୁ ଗିରଫ କରିଛି ଜିଆରପି ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଟାଙ୍ଗୀ ଥାନା ମଶାଣି ସାହିର ପିଣ୍ଟୁ ସେଠୀ ଓରଫ୍ କପିଳା (୨୫) ଓ ଟାଙ୍ଗୀ ଥାନା ଭୂଷଣ୍ଡପୁରର ଆଲୋକ କୁମାର ଜେନା (୨୮)। ସେମାନଙ୍କ ନିକଟରୁ ୫ଟି ଚୋରା ମୋବାଇଲ୍ ଫୋନ୍ ଜବତ କରିଛି ପୁଲିସ। 
ସୂଚନାଯୋଗ୍ୟ ଯେ, ଗିରଫ ଦୁଇ ଅଭିଯୁକ୍ତ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ଅଞ୍ଚଳରେ ଲୁଟ୍ ଲକ୍ଷ ନେଇ ବୁଲାବୁଲି କରନ୍ତି। ସୁଯୋଗ ପାଇ ଯାତ୍ରୀମାନଙ୍କ ନିକଟରୁ ମୋବାଇଲ ଓ ପର୍ସ ଲୁଟି ନିଅନ୍ତି। ଥାନାରେ ଏ ନେଇ ବାରମ୍ଵାର ଅଭିଯୋଗ ପରେ ପୁଲିସ ତଦନ୍ତ କରୁଥିବା ବେଳେ ଷ୍ଟେସନ୍ ରୁ ଦୁଇ ଜଣଙ୍କୁ ସନ୍ଦେହ ଅବସ୍ଥାରେ ଧରିଥିଲା ପୁଲିସ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୫ଟି ଚୋରି ମୋବାଇଲ୍ ଫୋନ୍ ଜବତ କରିଥିଲା। ଏ ନେଇ ଥାନାରେ ଏକ କେସ ନଂ ୧୦୩/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୮/୨୦୨୪---୬,୩୦ Sakhigopal News,29/8/2024

Blog Archive

Popular Posts