Breaking News

ସାପ କାମୁଡାରେ ମା ଓ ଝିଅର ମୃତ୍ୟୁ


ଭଞ୍ଜନଗର-- - ବିଷଧର ସାପ କାମୁଡାରେ ମା'  ଓ ଆଠବର୍ଷର ଝିଅର ମୃତ୍ୟୁ ହୋଇଯାଇଛି । ରାଇକିଆ ଥାନା ଅନ୍ତର୍ଗତ ରିଷାଭୂଇଁ ଗାଁରେ ଘଟିଛି  ଏଭଳି ଘଟଣା । ଗୁରୁତର ଅବସ୍ଥାରେ, ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର  ଉଭୟ ମା ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାତିରେ ଶୋଇଥିବା ବେଳେ କୈାଣସି ବିଷଧର ସାପ କାମୁଡିଥିବା କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ ହାଡୁ ନାୟକ । ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ରାତି ପ୍ରାୟ ୩ ଟା ସମୟରେ  ସ୍ତ୍ରୀ' ଗୁରୁବାରି ନାୟକ (୩୫) ଓ ଝିଅ ସୁବି (୮) ହଠାତ୍  ଯନ୍ତ୍ରଣା ଅନୁଭବ କରିଥିଲେ । କିଛି ସମୟପରେ ଉଭୟେ ଗୁରୁତର ଅସୁସ୍ଥ ହୋଇ ପଡିଲେ । ଝିଅ ସୁବି ର ବାନ୍ତି ମଧ୍ୟ ହେଲା । ସାହି ପଡୋଶୀ ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଡକାଇ ସେଥିରେ ଭଞ୍ଜନଗର ମେଡିକାଲ କୁ ନେଇଥିଲେ । ସେଠାରେ ଡ଼ାକ୍ତର ଉଭୟ ମା'ଓ ଝିଅକୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୮/୨୦୨୪---୯,୪୫ Sakhigopal News,30/8/2024

Blog Archive

Popular Posts