Breaking News

ମାଫିଆ ଓ ବିଭାଗୀୟ ମଧୁଚନ୍ଦ୍ରିକାଏବେ ପଦାରେ, ବନ ବିଭାଗର ଚଢ଼ାଉ, ବିପୁଳ ପରିମାଣର ବେଆଇନ୍ କାଠ ଜବତ, ଆସାମୀ ଫେରାର



ଭଞ୍ଜନଗର - ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ, କେନ୍ଦ୍ରିୟ ବନାଞ୍ଚଳର  ଲାଠିପଡା ସେକ୍ସନ୍ ଅନ୍ତର୍ଗତ କେଶରା ଗାଁ ର ଜଣେ କାଠ ମାଫିଆଙ୍କ ଘରେ ଚଢ଼ାଉ କରିଛି ବନବିଭାଗ । ସଂପୃକ୍ତ ଘରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରିଛି । ଏ କ୍ଷେତ୍ରରେ ବନବିଭାଗକୁ ମିଳିଛି ବଡ଼ ସଫଳତା । ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ, ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ  ବିଭାଗୀୟ ପଲଟଣ ସଂପୃକ୍ତ ଗାଁ ର ସନ୍ତୋଷ ଗୌଡ ଓରଫ୍ ବାୟା ଗୌଡ ଙ୍କ ଘରେ ଚଢ଼ାଉ କରିଥିଲା । ଘରେ ରଖିଥିବା ବେଆଇନ୍ କାଠ ସବୁ ଜବତ କରିଥିଲା ବନବିଭାଗ । ଜବତ କାଠ ମଧ୍ୟରେ ଅଧିକାଂଶ ସାଇଜ୍ ଓ ମୂଲ୍ୟବାନ କାଠ ରହିଛି । ସେଥିରୁ ଶାଳ, ଶାଗୁଆନ, ପିଆଶାଳ, ହଳନ୍ଦ ଓ ମୋହି କାଠ ରହିଛି । ଜବତ କାଠ ୫୩ ସିଏଫଟି ବୋଲି କୁହାଯାଇଛି । ବନ ବିଭାଗର ଏଭଳି ଚଢ଼ାଉ ଓ ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଇଛି । ବିଭାଗ ର ଆଉ ଏକ ସୂଚନା ପ୍ରକାରେ, ଚଢ଼ାଉ ସମୟରେ ସଂପୃକ୍ତ କାଠ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି  । ଏହାକୁ ନେଇ, ସାଧାରଣ ରେ ଏବେ ସନ୍ଦେହ ବୃଦ୍ଧି ପାଇଛି । ବିଭାଗୀୟ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଉଛି, ଚଢ଼ାଉ କରାଯିବା ବନବିଭାଗ ପାଇଁ ସଫଳତା ଆଣିଥିବା ବେଳେ, କାଠ ମାଫିଆ ଜଣକ ଚଢ଼ାଉ ସମୟରେ ଫେରାର ହେଲା କେମିତି । ଏହା ବିଭାଗୀୟ ପ୍ରାୟୋଜିତ କି' ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଶୁଣିବାକୁ ମିଳୁଛି, ସଂପୃକ୍ତ କାଠ ବ୍ୟବସାୟୀ ଜଣକ ଦୀର୍ଘ ବର୍ଷ ଧରି ବେଆଇନ୍ ଭାବେ ଏହି କାରବାର ଚଳାଇ ଆସୁଥିଲା । ଏବେ ବନବିଭାଗ ଚଢ଼ାଉ କଲା । ଆଗରୁ, ବନବିଭାଗ ଅଧିକାରୀ ଏବଂ ସ୍ଥାନୀୟ କର୍ମଚାରୀ ଙ୍କ ଜାଣତରେ କାଠ ବ୍ୟବସାୟ ଚାଲିଥିଲା, ନା' ଅଜାଣତରେ ଚାଲିଥିଲା । ଯଦି ଚାଲିଥିଲା , ତା'ହେଲେ ସଂପୃକ୍ତ କର୍ମଚାରଙ୍କ ବିରୋଧରେ ବନବିଭାଗ କଣ ପଦକ୍ଷେପ ନେବ । ଯଦି ବନ ବିଭାଗ ପାଖରେ ଖବର ନଥିଲା, ତାହାହେଲେ କାଠ ଚୋରି ରୋକିବରେ ବିଭାଗୀୟ ପାରିବାପଣିଆ କେତେ, ତାହା ସ୍ପଷ୍ଟ ବାରି ହେଉଛି । ଏହି ଘଟଣା ପରେ ସାଧାରରେ ଆଲୋଚନା ହେଉଛି, ଜଙ୍ଗଲ ସୁରକ୍ଷା ଏବଂ ଚୋରା କାଠ ରୋକିବା ରେ ବିଭାଗୀୟ ଆଭିମୁଖ୍ୟ ଦୋମୁହାଁ ନୀତିରେ ଚାଲିଛି ।  ଯାହା କେଶରା ଗାଁର କାଠ ବ୍ୟବସାୟୀ ଙ୍କ ଘରେ ହୋଇଥିବା ଚଢ଼ାଉ ରୁ, ସ୍ପଷ୍ଟ ବାରି ହୋଇ ପଡ଼ୁଛି । ପୂର୍ବରୁ ବନବିଭାଗ ଏବଂ କାଠ ମାଫିଆଙ୍କ ସଲାସୁତରା ରେ ଚୋରା କାଠ କାରବାର ଚାଲିଥିବା, ଏହି ଘଟଣା ସ୍ପଷ୍ଟ କରୁଛି । ଏବେ ଅପେକ୍ଷା, ଆସନ୍ତା ଦିନରେ ବନବିଭାଗର ନିର୍ଯ୍ୟାସ କଣ ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୮/୨୦୨୪----୮,୫୦ Sakhigopal News,27/8/2024

Blog Archive

Popular Posts