Breaking News

ଗାଁ ବୈଦ୍ୟଙ୍କର ହୃଦଘାତରେ ପରଲୋକ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଗ୍ରାମର ବୈଦ୍ୟ ତଥା ଗାଁ ବୈଦ୍ୟ ଗୌରହରି ଦାସଙ୍କର ୮୨ ବର୍ଷରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବାସୁକରୋ ଗ୍ରାମର ଗୁରୁଘର ଭାବେ  ବେଶ ପରିଚିତ ଥିଲେ ।  ସେ ଜଣେ ବୈଦ୍ୟ ନ ଥିଲେ । ପରୋପକାରୀ, ଠାକୁରଭକ୍ତ, ସମାଜସେବୀ, ସଂକୀର୍ତ୍ତନ ମେଳ ଗଠନ ସହିତ ବିଭିନ୍ନ ସଂସ୍କାତିକ କାର୍ଯ୍ୟକ୍ରମରେ ସେ ସାମିଲଥିଲେ । ସେ ସମସ୍ତଙ୍କର ଭାଇନା ଭାବେ ବେଶ ପରିଚିତ ।   ତାଙ୍କ ପିତୁପୁରୁଷ ମାନେ ପୋଥି ମାଧ୍ୟମରେ ବିଭିନ୍ନ ଗଛର ଚେର, ପତ୍ର, ଫୁଲ, ଫଳ, ଛେଳି ଆଦି ସଂଗ୍ରହ କରି ସେଥିରୁ ଜଡିବୁଟି ତିଆରି କରି ଲୋକମାନଙ୍କୁ ରୋଗରୁ ମୁକ୍ତ କରୁଥିଲେ । ସେହି ପରମ୍ପରାକୁ ସେ ଆପଣେଇ ରୋଗୀ ସେବା କରି ଆସୁଥିଲେ । ରବିବାର ରାତ୍ର ୩ଟାରେ ହୃୃଦଘାତରେ ପରଲୋକ ହୋଇଯାଇଛି । ଏହି ଖବର ପ୍ରସାର ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତଙ୍କ ସହିତ ବିଭିନ୍ନ ବ୍ୟକ୍ତ ବିଶେଷ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେଅନ୍ତିମ ସତ୍କାର କରାଯାଇଥିଲ।। ବଡପୁଅ ରବୀନ୍ଦ୍ର କୁମାର ଦାସ  ମୁଖାଗ୍ନି ଦେଇଥିଲେ । ଶେଷ ସମୟରେ ପୁଅ, ବୋହୁ, ନାତି, ନାତୁଣୀ, ଜୋଇଁ, ଝିଅ, ଭା, ଭାଇମାନେ ଓ ଗ୍ରାମାବସୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୬/୧୧/୨୦୨୩---୭,୧୦   Sakhigopal News, 6/11/2023

Blog Archive

Popular Posts