ଅଧ୍ୟୟନ ସହ ରାଜଯୋଗ ଅଭ୍ୟାସର ଆବଶ୍ୟକତା ରହିଛି
ଭଞ୍ଜନଗର-- ପବିତ୍ର ଶିଶୁ ଦିବସରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଶାଖା ତରଫରୁ ଶାନ୍ତିସ୍ରୋତ ଭବନରେ ଶତାଧିକ କୁନି କୁନି ପିଲାମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲୋକ ସୂଚନା ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜିର ଶିଶୁ କାଲିର ଏକ ପ୍ରଗତିଶୀଳ ଦେଶର ଏକ ସୁନାଗରିକ, ତେଣୁ ଶୈଶବ ଅବସ୍ଥାରୁ ହିଁ ମାର୍ଜିତ, ସଂସ୍କାରିତ ହେବାକୁ ଅତିଥି ମାନେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଅଧ୍ୟୟନ ସହ ଆଧ୍ୟାତ୍ମିକତାକୁ ବି ଦୈନନ୍ଦିନ ଜୀବନର କାର୍ଯ୍ୟସୂଚୀରେ ଅଳ୍ପ ସମୟ ପାଇଁ ରଖିବା ଉଚିତ ବୋଲି ଶ୍ରୀ ଶତପଥୀ କହିଥିଲେ । କେନ୍ଦ୍ର ସଞ୍ଚାଳିକା ସନ୍ତୋଷିନୀ ଭଉଣୀ ସ୍ଥିରଚିତ୍ତ, ସୁସ୍ଥ ମନ ଓ ଶରୀର ଗଠନ ପାଇଁ ରାଜଯୋଗ ଅଭ୍ୟାସର ଆବଶ୍ୟକତା ଜରୁରୀ, ଯାହା ଅଧ୍ୟୟନ କାର୍ଯ୍ୟର ମୂଳ ଭିତ୍ତିକୁ ସୁଦୃଢ କରେ ବୋଲି ସୁନ୍ଦର ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ନିଜ ବକ୍ତବ୍ୟରେ ପିଲାଙ୍କ ହୃଦୟକୁ ଜିଣିଥିଲେ । ଉପସ୍ଥିତ ଥିବା ସମସ୍ତ ପିଲା ନିଜର ଦକ୍ଷତାକୁ ନାଚ,ଗୀତ, ବକ୍ତବ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୧/୨୦୨୩---୬,୪୫ Sakhigopal News,14/11/2023