ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ
ଜଟଣୀ - ଆଇକନିକ ସ୍ଵାଧୀନତା ସଂଗ୍ରାମୀ, ସାମାଜିକ ସଂସ୍କାରକ, ଆଦିବାସୀ ନେତା ଧର୍ତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଦିବସ ଉପଲକ୍ଷେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ କରଯାଇଛି | ଖୋର୍ଦ୍ଧା ରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ ପିଲାମାନଙ୍କ ଦ୍ୱାରା, ବିର୍ସା ମୁଣ୍ଡାର ଜୀବନ ଇତିହାସ ଉପରେ ଆଧାରିତ ଏକ ପଥପ୍ରାନ୍ତ୍ୟ ନାଟକ ଆୟୋଜନ କରାଯାଇଥିଲା । ଶ୍ରୀ ଅର୍ ଏନ ଏ ପରିଡ଼ା, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ, ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।
ଏହି ଉତ୍ସବକୁ ମଣ୍ଡଳ ପକ୍ଷରୁ ଆସନ୍ତା ସପ୍ତାହରେ ପ୍ରବନ୍ଧ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା, ରେଳବାଇ ସ୍କୁଲ୍ ପିଲାମାନଙ୍କ ଦ୍ୱାରା ଆଦିବାସୀ ସଂଘ୍ରାଳୟ ପରିଦର୍ଶନ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରଯାଇଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧୧/୨୦୨୩---୮,୧୦ Sakhigopal News,15/11/2023