Breaking News

ଭଞ୍ଜନଗର ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ


 ଭଞ୍ଜନଗର,-- ଭଞ୍ଜନଗର ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳନହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କଲେଜ ଅଧକ୍ଷ କୃତିବାସ ବିଶ୍ଵାଳ, ମୁଖ୍ୟ ବକ୍ତା ଭାବେ ଭଞ୍ଜନଗର ଓକିଲ ସଂଘର ସଭାପତି ଅଭିମନ୍ୟୁ ଗୌଡ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର କୁମାର ପ୍ରଧାନ ଏବଂ ଉପଖଣ୍ଡିୟ ସୂଚନା ଓ ଲୋସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଯୋଗୋଦେଇ ସମାଜରେ ଗଣତନ୍ତ୍ରର ଭୂମିକା ସମର୍କରେ ଗୁରୁତ୍ୟପୂର୍ଣ୍ଣ ଆଲୋଚନା କରିଥିଲେ | ସମଜର ମଙ୍ଗଳ ପାଇଁ ସାମ୍ବାଦିକ ସତ୍ୟ, ନିଷ୍ଠାପର ଓ ନିର୍ଭିକ ଭାବେ କଲମ ଚାଳନ କରିବାକୁ  ଅତିଥିମ|ନେ ପରାମର୍ଶ ଦେଇଥିଲେ | ଜୀବନକୁ ବାଜି ଲଗେଇ ସାମ୍ବାଦିକ ଜାତି ଓ ରାଷ୍ଟ୍ରର ଉନ୍ନତି ପାଇଁ କାମ କରୁଥିବା ବେଳେ  ନିଜେ ବହୁ କଷ୍ଟରେ ସାମାଜିକ ଜୀବନ ଅତିବାହିତ କରୁଥିଲେ |ସେଥିପାଇଁ ସେମାନେ ପ୍ରଶଂସ|ର  ପାତ୍ର ବୋଲି ମୁଖ୍ୟ ଅଥିତି ଶ୍ରୀ ବିଶ୍ଵାଳ କହିଥିଲେ | ଏହି ଅବସରରେ  ଶୂଳପାଣି ଶତପଥୀ ଓ ସନ୍ତୋଷ କୁମାର ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରେସ କ୍ଲବ ସଭାପତି ଲୋକନାଥ କର ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ବାବୁଲା ପ୍ରଧାନ ମଞ୍ଚାସୀନ ଥିଲେ | ସୁଶାନ୍ତ କୁମାର ସାହୁ, ବିଶ୍ୱମ୍ୱର୍ ଜେନା,  ରବୀନ୍ଦ୍ର କୁମାର ପାତ୍ର, ନେତାଜୀ ବିଷୋୟୀ, ରତ୍ନାକର ସାହୁ ପ୍ରମୁଖ  ନିଜ ନିଜ ଅଭିଜ୍ଞତା ସମାର୍କରେ ବର୍ଣ୍ଣନା କରିଥିଲେ | ଏଥିରେ ରାଜେଶ୍ କୁମାର ପଣ୍ଡା, ଅମରେନ୍ଦ୍ର କୁମାର ପଟ୍ଟନାୟକ, ମନୋଜ ଗୌଡ, ନଚିକେତା ପ୍ରଧାନ, ଜଗନ୍ନାଥ ଦାସ, ରବୀନ୍ଦ୍ର ପ୍ରଧାନ, ଶିବ ଦାସ, ଜଗନ୍ନାଥ ଦାସ ଓ ନିଲୁ ବିଷୋୟୀ ପ୍ରମୁକ ଉପସ୍ଥିତ ଥିଲେ | ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୩----୮,୧୦ Sakhigopal News,17/11/2023

Blog Archive

Popular Posts