Breaking News

ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ର ପ୍ରତିଷ୍ଠା ଦିବସ ପାଳିତ




ଭଞ୍ଜନଗର----  ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ଆନୁକୁଲ୍ୟରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।  ଏହି ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହଯୋଗରେ ସଡ଼କ ସଚେତନତା ସମ୍ବନ୍ଧରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏଥିରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରାୟ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ର ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ରାସ୍ତାରେ ଯାଉଥିବା ଗାଡ଼ି ଚାଳକ ମାନଙ୍କୁ ସଚେତନ କରାଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଓ ଛାତ୍ରଛାତ୍ରୀ ମାନେ ଗାଡ଼ି ଆରୋହଣ ସମୟରେ ହେଲମେଟ ଓ ସିଟ୍ ବେଲ୍ଟ ବାଧ୍ୟତାମୂଳକ ବିଷୟରେ ଜନସାଧାରଣଙ୍କୁ ବୁଝାଇ ସଚେତନ ବାର୍ତ୍ତା ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କାଉଟସ୍ ମାଷ୍ଟର ଗୋପାଳକୃଷ୍ଣ ଗୌଡ ଓ ଗାଇଡ଼୍ କ୍ୟାପଟେନ ଧରିତ୍ରୀ ବାଳା ପଣ୍ଡା, ଶ୍ରୀ  ଗଣେଶ ବାହାଦୂର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୧/୨୦୨୩----୯,୨୦ Sakhigopal News,8/11/2023

Blog Archive

Popular Posts