ମରିବାର ନଅ ମାସ ପରେ ବି ଚାଉଳ ଉଠାଉଥିଲା ଡିଲର; ଘଟଣା ପ୍ରକାଶ ପରେ ଡିଲର ଚାଉଳ ଉଠାଣ ଉପରେ ଲାଗିଲା ରୋକ
ସାକ୍ଷୀଗ।ପାଳ------ ସତ୍ୟବାଦୀ ବ୍ଳକର ଦାସବିଦ୍ୟାଧରପୁର ପଞ୍ଚାୟତର ପକ୍ଷୀମୂଣ୍ଡ ଗ୍ରାମରଏକ ଦମ୍ପତି ମରିବାର ନଅ ମାସ ପରେ ବି ତାଙ୍କ ନାମରେ ଚାଉଳ ଉଠାଉଥିଲେ ଡିଲର । ମୃତ୍ୟୁ ହେବା ପରେ ନାମ କାଟିବା ବଦଳରେ ତାଙ୍କ ନାମରେ ଉଠୁଛି ଚାଉଳ । ଶୁଶିଲା ବେହେରାଙ୍କ ସହିତ ତାଙ୍କ ସ୍ୱାମୀ ମଣି ବେହେରାଙ୍କ ମୃତ୍ୟୁ ୯ ମାସ ତଳେ ହୋଇଥିଲା । ତାଙ୍କ କାର୍ଡରେ ଚାଉଳ ଉଠୁଛି ବୋଲି ତାଙ୍କ ପରିବାର ଜଣିବା ସହ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କୁ ଜଣାଇଥିଲେ । ଏହା ସହିତ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ।ଏହା କେବଳ ସକାଳର କାଗଜ ଯୋଗୁ ହୋଇ ପାରିଛି ବୋଲି ଉକ୍ତ ପରିବାର କହନ୍ତି । ଏହି ଖବର ପ୍ରଥମେ ସକାଳ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ ପାଇଥିଲା । ଜିଲା ଯୋଗାଣ ଅଧିକାରୀଙ୍କ ପାଖରୁ ତୁରନ୍ତ ତଦନ୍ତ କରିବା ପାଇଁ ସତ୍ୟବାଦୀ ବ୍ଳକ ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଜନ୍ଦନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଯୋଗାଣ ଅଧିକାରିଣୀ ତଦନ୍ତ ବେଳେ ଜାଣିଥିଲେ ଯେ ମୃତ୍ୟୁ ଲୋକଙ୍କ ନାମରେ ପ୯ ମାସ ଧରି ୩୫କେଜି ଚାଉଳ ଡିଲର ହଡପ କରିଥିବା ଜଣାପଡିଛି । ମୃତ୍ୟୁ ଲୋକର ଚାଉଳ ଉଠିବା ଏକ ଅପରାଧ ବୋଲି ବ୍ଳକ ଯେଗାଣ ଅଧିକାରିଣୀ ଜୟନ୍ତୀ ହରିଚନ୍ଦନ କହିଛନ୍ତି । ଏଣୁ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀଙ୍କୁ ସମସ୍ତ କାଗଜପତ୍ର ଦିଆଯାଇଛି । ସେ ଯାହା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ମତ ୍ରପକାଶ କରିଥିଲେ । ଏବେ ଉକ୍ତ ଡିଲରଙ୍କ ରାସନ ସାମଗ୍ରୀ ଉଠାଣ ଉପରେ ରୋକ ଲଗାଯାଇଛି । ବହୁ ଶିଘ୍ର ପାଖ ଡିଲରଙ୍କ ଖାତାରେ ହିତାଧିକାରୀଙ୍କୁ ଟ୍ୟାଗ କରାଯିବ ବୋଲି ଯୋଗାଣ ଅଧିକାରିଣୀ କହିଛନ୍ତି । ଅନ୍ୟ ପକ୍ଷେ ଜିଲ୍ଲା ଯୋଗାଣ ଅଧିକାରି ଓ ବ୍ଳକ ଯୋଗାଣ ଅଧିକାରି କାହିଁକି ଡିଲରଙ୍କୁ ଚାଉଳ ହଡପ କରିବା ଅଭିଯୋଗରେ ଗିରଫ କରିବା ସହ ତାଙ୍କ ଅନୁମତି ପତ୍ର ରଦ୍ଧ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ହିତାଧିକାରୀ ମାନେ ଦାବି କରିଛନ୍ତି । ଏବେ ମାତ୍ର ବ୍ଳକ ଯୋଗାର ଅଧିକାରିଣୀ ଓ ଜିଲ୍ଲା ଯୋଗାଣ ଅଧିକାରୀ କିପରି ଡିଲର ଜଣଙ୍କ ରହିବେ ସେଥିପାଇଁ ଚାଲିଛି ସଉଦା ବୋଲି ଜଣାପଡିଛି । ସତ୍ୟବାଦୀ ବ୍ଳକର ଯୋଗାଣ ବିଭାଗରେ ବିଭିନ୍ନ ବାଟରେ ଘୋଟଲା କରାଯାଉଛି ବୋଲି ଜଣାପଡିଛି । ଏପରିକି ସରକାରୀ ଚାଉଳ ଗୋଦାମରେ ଜଣେ ବେସରକାରୀ ବ୍ୟକ୍ତି ବସି ସେଠାରେ ବସ୍ତା ପ୍ରତି ଦୁଇରୁ ପାଞ୍ଚ ଟଙ୍କା ଆଦାୟ କରୁଥିବା ଡିଲର ମାନେ କହନ୍ତି । ଏହି ବ୍ୟକ୍ତି ଜଣଙ୍କ କିଏସେ ଏବଂ ସେ କାହାଠାରୁ ଅବର ପାଇଛି ତାହା ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ଡିଲର ମାନେ କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୩---୭,୨୫ Sakhigopal News,17/11/2023