ଖଣ୍ଡପଡ଼ା ବନ ବିଭାଗର ଚଢ଼ାଉ, ଶାଗୁଆନ ଓ ଶାଳକାଠ ଜବତ
ନୟାଗଡ଼---- ଖଣ୍ଡପଡ଼ା ବନ ବିଭାଗ କର୍ମଚାରୀ ମାନେ କୋସ୍କା ପଞ୍ଚାୟତର କନ୍ଧପଥରା ଓ ବେଣାଗଡିଆ ପଞ୍ଚାୟତର ମାଧବେରେଣି ଗ୍ରାମରେ ବୁଧବାର ରାତିରେ ଅଚାନକ ଚଢ଼ାଉ କରିଥିଲେ । ସେଠାରୁ ବିପୁଳ ପରିମାଣର ଶାଗୁଆନ ପଟା ଓ ୯ ଗୋଟି ଶାଳକାଠ ଗଣ୍ଡି ଜବତ କରାଯାଇଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଉଦିତ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବନ୍ଯପାଳ ସନାତନ ସ୍ବାଇଁ, ସିଂଘା ପଡା ବନପାଳ ପ୍ରଫୁଲ୍ଲ ନାୟକ, କୈଳାସ ପ୍ରଧାନ ,ବନମାଳୀ ରାଉତ ଓ ବନରକ୍ଷୀ ଲିଲି ବାରିକ ପ୍ରମୁଖ ସଦଳବଳେ ୨ ଟି ସ୍ଥାନରେ ଚଢ଼ାଉ କରି କାଠ ଓ ପଟା ଜବତ କରିଥିବା ଜଣାପଡ଼ିଛି। ଜବତ କାଠ ,ପଟା ଓ ଗଣ୍ଡୀ ଗୁଡ଼ିକ ଖଣ୍ଡପଡ଼ା ବନବିଭାଗ ବିଟ୍ ହାଉସକୁ ଅଣା ଯାଇଥିବା ଜଣାପଡ଼ିଛି । ତେବେ ଚଢ଼ାଉ ପୂର୍ବରୁ କାଠ ମାଫିଆମାନେ ଫେରାର ହୋଇଯାଇଥିବା ବିଭାଗୀୟ କର୍ମଚାରୀଙ୍କ ସୂତ୍ରରୁ ଜଣାପଡିଛି। ଜବତ କାଠ ଓ ପଟାର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୧୧/୨୦୨୩---୮,୨୫ Sakhigopal News,9/11/2023