ଜଗନ୍ନାଥ ମନ୍ଦିର ଠାରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ
ଭଞ୍ଜନଗର- ପ୍ରଦେଶ କଂଗ୍ରେସ ଡାକରା କ୍ରମେ ଆଜି ଭଞ୍ଜନଗର କଂଗ୍ରେସ ତରଫରୁ ‘ସଂକୀର୍ତ୍ତନ ସତ୍ୟାଗ୍ରହ' ଭେଜିପୁଟ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସତ୍ୟାଗ୍ରହ ସାରା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା । ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା, ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି, ମଣିତ ଓ ଭଣ୍ଡାର ଘର ମରାମତି କରିବା ଏବଂ ଜଗନ୍ନାଥଙ୍କ ଜମିକୁ ହଡ଼ପ କରିଥିବା ବେଦାନ୍ତ କମ୍ପାନୀ ଠାରୁ ଅଣାଯିବା ଓ ଚାଷୀଙ୍କୁ ଚାଷଜମି ଫେରସ୍ତ କରିବା ଆଦି ଦାବି ନେଇ ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ହୋଇଥିଲା । ଏହି ସଂକୀର୍ତ୍ତନ ସତ୍ୟାଗ୍ରହର ପ୍ରାରମ୍ଭରେ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜଳ କରିଥିଲେ । ତାପରେ ସଂକୀର୍ତ୍ତନ ଦଳ ହରିନାମ ମହାମନ୍ତ୍ର ଉଚ୍ଚାରଣ କରି ମନ୍ଦିର ପରିକ୍ରମା କରିଥିଲେ । ଏହି ସଂକୀର୍ତ୍ତନ ସତ୍ୟାଗ୍ରହ ସକାଳ ୯ ଘ.ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚାଲୁରହିଥିଲା । ଏଥୁରେ ବରିଷ୍ଠ କଂଗ୍ରେସ୍ ନେତା ଦେବୀ ବିଷୋୟୀ ନିଜର ବକ୍ତବ୍ୟ ରଖୁଥିଲେ । ଏହି ସତ୍ୟାଗ୍ରହରେ ପିସିସି ସମ୍ପାଦକ ସୁକାନ୍ତ କୁମର ଦିଗାଲ୍, ଜିଲ୍ଲା କଂଗ୍ରେସ ସମ୍ପାଦକ ନାରାୟଣ ସେଠି ପ୍ରମୁଖ ସମ୍ପକେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୀମାଂଚଳ ବିଷୋୟୀ, ଅଶ୍ବିନୀ ଭୂୟାଁ, ସନ୍ତୋଷ ଗୌଡ଼, ପ୍ରତାପ ୟାଇଁ, ବିକ୍ରମ ବିଷୋୟୀ, ଅଶୋକ ପ୍ରଧାନ, ମନୋଜ କୁମାର ସାହୁ, ବୁଲୁ ସାହୁ ଆଦି ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୩----୭,୪୫ Sakhigopal News,9/11/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୧୧/୨୦୨୩----୭,୪୫ Sakhigopal News,9/11/2023