ଭଞ୍ଜନଗର ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ
ଭଞ୍ଜନଗର :-ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଙ୍କ ସଭାପତିତ୍ୱ କରିବା ସହ ଆନୁଷ୍ଠାନିକ ଭାବେ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରାଜ କହଁର, ସହଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ l ମାଧ୍ୟ୍ୟମିକ, ଉଚ୍ଚମାଧ୍ୟମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ 110 ଟି ପ୍ରକଳ୍ପ ସ୍ଥାନ ପାଇଥିଲା l ବିଚାରକ ଭାବେ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, କ୍ଷେତ୍ରୀୟବରପୁର, ବିଜ୍ଞାନ ମହାବିଦ୍ୟାଳୟ, ବେଲଗୁଣ୍ଠା, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ପ୍ରଧାନ ଓ ବାସନ୍ତୀ ପାଣିଗ୍ରାହୀ ଯୋଗଦେଇ ଜିଲ୍ଳାସ୍ତର ପାଇଁ 4ଟି ପ୍ରକଳ୍ପ କୁ ମନୋନୀତ କରିଥିଲେ l ଗାୟତ୍ରୀ ଗୌଡ଼, ଗାଲେରୀ, ମନୀଷା ବିଷୋୟୀ, ବାହାଡାପଦର, ଆଦିତ୍ୟ ଗୌଡ଼, ମୁଜାଗଡ଼ ଓ ଅମ୍ରିତା ବିଶ୍ୱାଳ, କଇଣ୍ଡି ର ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା l ଉଦଯାପନୀ ଉଚ୍ଛଵ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀ,ମୁଖ୍ୟ ବକ୍ତା ଭାବେ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଓ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ବକ୍ତବ୍ୟ ରଖିଥିଲେ l ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ଓ ସସ୍ମିତା ପାତ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହିଅବସରରେ ସମସ୍ତ ଅତିଥି ଓ ପ୍ରକଳ୍ପ ପ୍ରସ୍ତୁତ ଛାତ୍ରଛାତ୍ରୀ ମାନଙ୍କୁ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ତରଫରୁ ଭାଗବତ ଗୀତା ପ୍ରଦାନ କରାଯାଇଥିଲା l ଜିଲ୍ଳାସ୍ତର ମନୋନୀତ ପ୍ରକଳ୍ପ ପ୍ରସ୍ତୁତକାରୀ ଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ସମସ୍ତ ସି. ଆର. ସି. ସି., ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ଦାୟିତ୍ୱ ସମ୍ପର୍ଣ୍ଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୧/୨୦୨୩---୮,୧୦ Sakhigopal News,17/11/2023