Breaking News

ପୁରୀ ଆୟୁର୍ବେଦ କଲେଜର ପୂର୍ବତନ ଅଧ୍ୟକ୍ଷ ଡ, ସୁଦର୍ଶନ ବେହେରାଙ୍କ ଘର ଉପରେ ଆୟ ବହିଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଚଡଉ



ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ବ୍ଳକ ଛକ ନିକଟ ଗୋପିନାଥ ମେଡିକାଲ ଉପରେ ଭିଜିଲାନ୍ସ ପକ୍ଷରୁ ଚଡାଉ କରାଯାଇଛି । ଆୟ ବହିଭୁତ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗରେ ଚଡାଉ କରାଯାଇଥିଲା । ଏକ ସଙ୍ଗେ ମେଡିକାଲ ସହିତ ସତ୍ୟବାଦୀ ବ୍ଳକ ସ୍ଥିତ ନହଳା ଗ୍ରାମରେ ତାଙ୍କ ନିଜସ୍ୱ ଘର ଉପରେ ଚଡାଉ କରାଯିବା ସହ ଅନ୍ୟ ୪ ଗୋଟି ସ୍ଥାନରେ ଚଡାଉ କରାଯାଇଥିବା ଜଣାପଡିଛି । ଏହି ଅଳ୍ପଦିନ ତଳେ ଡ, ସୁଦର୍ଶନ ବେହେରାଙ୍କୁ ପୁରୀ ଆୟୁର୍ବେଦ କଲେଜରୁ ବଲାଙ୍ଗିରି କଲେଜକୁ ବଦଳି କରାଯାଇଛି । ସାକ୍ଷୀଗୋପାଳରେ ଏକ ସଙ୍ଗେ ଦୁଇଟି ସ୍ଥାନରେ ଚଡାଉ କରାଯାଇଛି । ଡିଏସପିଙ୍କ ସହିତ ପ୍ରାୟ ୧୨ଜଣିଆ ଟିମ ଦୁଇଟି ସ୍ଥାନରେ ଚଡାଉ କରିଛନ୍ତି । ଡ, ବେହେରାଙ୍କ ସହିତ ତାଙ୍କୁ ପୁତୁରାଙ୍କୁ ମାରାଥନ ଜେରା ଚାଲିଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୧/୨୦୨୩---୭,୧୦

Blog Archive

Popular Posts