ଭେଡେନ ବ୍ଲକ୍ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ
ବରଗଡ଼ ----ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ସ୍ତରୀୟ ବlଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସୂର୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବି ଇ ଓ ମଛିନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମାହାଲିଙ୍ଗ,ସମ୍ମାନିତ ଅତିଥି ଭାବେ ଏ ଡି ଇ ଓ ଜ୍ୟୋତି କାନ୍ତ ସାହୁଓ ସରପଞ୍ଚ ଅକ୍ଷୟ ନାୟକ ଓ ଏ ଡି ଇ ଓ ରାଧାକାନ୍ତ ଛତ୍ରୀ, ଡି ଏସ ଏସ ଧୀରଜ୍ ପଟ୍ଟନାୟକ ପରିଦର୍ଶନରେ ଆସିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁଜନତା ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ପଦ୍ମିନୀ ଗଡତିଆ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ସରପଞ୍ଚ ଅକ୍ଷୟ ନାୟକ, ବ୍ଲକ୍ ବିଜ୍ଞାନ ସଂଯୋଜକ ସଂଜୀବ କୁମାର ପଧାନ ଓ ପ୍ରଧାନ ଶିକ୍ଷକ ରଂଜନ କୁମାର ନାୟକ ମଞ୍ଚାସିନ ଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥଲେ l ବିଚାରକ ଭାବେ ଅଶୋକ ପଣ୍ଡା, ମନୋଜ ବାରିକ୍, ମନୋଜ ବଢେଇ ଓ ଜୟ ପ୍ରକାଶ ପଧାନ ଯୋଗ ଦେଇଥିଲେ l ସର୍ବମୋଟ ୧୬୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା l ଗୁରୁଦେବ ତ୍ରିପାଠୀ ଙ୍କ ସଂଯୋଜନାରେ ଉଦଘାଟନୀ ଓ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ l ଛାତ୍ର ଛାତ୍ରୀ ମାନେ ଅତି ସୁନ୍ଦର ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ l କାର୍ଯକ୍ରମ ପରିଚାଳନା କରିଥିଲେ ଶିକ୍ଷକ ଗୋବିନ୍ଦ ସେଠ୍ ପରିଚାଳନା କରିଥିଲେ l ବ୍ଲକର ସମସ୍ତ ସି ଆର୍ ସି ସି, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ,ହାଇ ସ୍କୁଲ ର ସମସ୍ତ କର୍ମଚାରୀ ଓ ବି ଇ ଓ ଅଫିସ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୧/୨୦୨୩---୭,୨୫ Sakhigopal News,30/11/2023