Breaking News

ସୁନା ଚେନ ଝାମ୍ପି ନେଲେ, ଥାନାରେ ଅଭିଯୋଗ ପରେ ଧରାପଡ଼ି ଜେଲ ଗଲେ ଦୁଇ ଲୁଟେରା


 
ଜଟଣୀ --ସମ୍ବଲପୁରର ରଶ୍ମି ରଞ୍ଜନ ସାହୁ ଏବଂ ତାଙ୍କ ସହ ଧର୍ମଣୀ ମିଶି ଟ୍ରେନ ନଂ 18303 ସମ୍ବଲପୁର -ପୁରୀ ଇଣ୍ଟର୍ସିଟି ରେ ବସି ଜଗନ୍ନାଥ ଧାମ ପୁରୀକୁ ଯାଉଥିଲେ l ଯେତେ ବେଳେ ଟ୍ରେନଟି ଖୋର୍ଦ୍ଧା ରୋଡ଼ ଷ୍ଟେସନ ଭିତରକୁ ପ୍ରବେଶ କରେ ଟ୍ରେନ ର ଧୀର ଗତିର  ସୁଯୋଗ ନେଇ ଦୁଇ ଚୋର ହଠାତ ସ୍ତ୍ରୀ ବେକରୁ ସୁନା ଚେନ ଝାମ୍ପି ନେଇ ଟ୍ରେନରୁ ଡେଇଁ ଚମ୍ପଟ ମାରିଥିଲେ ଲୁଟେରା l ଏହି ଘଟଣା ପରେ ରଶ୍ମି ରଞ୍ଜନ ସାହୁ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଓଲ୍ହାଇ ଷ୍ଟେସନ ମଧ୍ୟରେ ଥିବା ଜିଆରପି ପୋଲିସ ରେ ଅଭଯୋଗ କରିଥିଲେ l ଅଭିଯୋଗ କୁ ଆଧାର କରି ଜିଆରପି ଏବଂ ଆରପିଏଫ କର୍ମଚାରୀ ମିଳିତ ହୋଇ ଅନୁସନ୍ଧାନରେ ସଫଳ ହୋଇ ଚୋରୀରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଜଟଣୀ ସହରର ବାଲିଚ୍ଛକ ମୁଣ୍ଡିଆ ସାହିର ଲିଟୁ ସ୍ୱାଇଁ (24) ଏବଂଉ ଏସକେ. ସାହାବୁଦ୍ଦିନ (36) ଉଭୟଙ୍କୁ କାବୁ କରିଥିଲେ l ତାଙ୍କ ଠାରୁ ସୁନା ଚେନ ମଧ୍ୟ ଉଦ୍ଧାର କରି ଥିଲେ l ପରେ ଦୁଇ ଅଭିଯୁକ୍ତଙ୍କ ନାମରେ କେସ ନଂ 119/2023 ମାମଲା ୠଜୁକରି ଆଜି କୋର୍ଟ ଚାଲାଣ କରିଥିଲେ l ଏହି ଦୁଇ ଅଭିଯୁକ୍ତ ନାମରେ ପୂର୍ବରୁ ଜଟଣୀ ଥାନା ଏବଂ ଭୁବନେଶ୍ୱର ଥାନାରେ ଏକାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୧୧/୨୦୨୩---୮,୧୦ Sakhigopal News ,18/11/2023

Blog Archive

Popular Posts