Breaking News

ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଓ ବଡଏକାଦଶୀ ପର୍ବ ପାଇଁ ଦୁତୀୟ ସମନ୍ନୟ ବୈଠକ ;ସାକ୍ଷୀଗୋପିନାଥ ମନ୍ଦିରକୁ ମୋବାଇଲି ନିଷେଧ , ସକାଳ ୬ଟା ପରେ ଧାଡି ଦର୍ଶନର ସୁଯୋଗ



  ସାକ୍ଷୀଗୋପାଳ---- ଆସନ୍ତା ୨୧ ତାରିଖରେ ଅଁଳାନବମୀ  ଓ ୨୩ ତାରିଖରେ  ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ  ( ମା ରାଧାରାଣୀଙ୍କ ପାଦ ଦର୍ଶନ ) ସହିତ ବଡ ଏକାଦଶୀ ପର୍ବ ପାଳନ ହେବ । ଏହି ଦୁଇଦିନ ସାକ୍ଷୀଗୋପାଳରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିରହିବ । ଏହି ପର୍ବ କିପରି ଶାନ୍ତି ଶୃଙ୍ଖଳା ସହିତ କରାଯିବ ସେଥିପାଇଁ ବକୁଳବନ ସ୍ଥିତ ପଞ୍ଚସଖା ସ୍ମୃତି ପାଠାଗାର ପରିସରରେ ଆଜି ଅପରାହ୍ନରେ ଦୁତୀୟ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଭବତାରଣ ସାହୁ ଅଧ୍ୟକ୍ଷତା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଦେବତ୍ତର ଅତିରିକ୍ତ କମିଶନର ଗଗନ ସାହୁ, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ,  ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ, ଏସଡିପିଓ ବିରଞ୍ଚି କୁମାର ପତି, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରତାପ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ  । ଏହି ବୈଠକରେ ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ନନ୍ଦଙ୍କ ସହିତ ଅନ୍ୟ ସଦସ୍ୟ ମାନେ ବୈଠକରେ ଯୋଗ ଦେଇ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ଉପଜିଲ୍ଲାପାଳ ଓ ବିଧାୟକ ହସ୍ତକ୍ଷେପ କରି ଯାତ୍ର ସରିବା ପରେ ତୁରନ୍ତ ଦାବି ଗୁଡିକ ପୁରୁଣ କରାଯିବ ବୋଲି ବିଧାୟକ ସେବାୟତ ମାନଙ୍କୁ ଆଶ୍ୱସନା ଦେଇଛନ୍ତି ।  ପରେ ପରେ ସେବାୟତ ସଂଘର ସମ୍ପାଦକ ଶ୍ରୀ ନନ୍ଦପୂର୍ବରାତ୍ର ୧ ଘଟିକା ରେ ଦ୍ୱାର ଫିଟା, ୧.୩୦ରେ ମଙ୍ଗଳଆଳତୀ, ୧.୩୦ ରୁ ୩.୩୦ ମଧ୍ୟରେ ବେଶ, ମଇଲମ,ମର୍ଦ୍ଦନ, ଅବକାଶ, ନଟବରବେଶ, ପରେ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା , ବଲ୍ଲଭ, ସକାଳଧୂପ, ବାଳଧୂପ, ଓ ମଦନମୋହନ ଭୋଗ ପୂର୍ବରାତ୍ର ୩ ଘଟିକାରୁ ୫.୩୦ ମଧ୍ୟମରେ କରାଯିବ । ମନ୍ଦିର କର୍ମଚାରୀ ଓ ସେବାୟତ ପରିବାର ଦର୍ଶନ ସକାଳ୫,୩୦ ମଧ୍ୟରେ କରାଯିବ । ସାହାଣମେଲା ସର୍ବସାଧାରଣ ଦର୍ଶନ ସକାଳ ୬ ଘଟିକାରୁ ୫ଟା ପଯ;ର୍୍ୟନ୍ତ ରହିବ । ୫ଟାରେ ପାଳିଆ ସେବାୟତ ପରିବର୍ତ୍ତନ ଯୋଗୁ ଦର୍ଶନ ବନ୍ଦ ରହିବ । ୫,୩୦ରୁ ପୁଣି ଦର୍ଶନ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶନ ରହିବ ବୋଲି ସେବାୟତ ସଂଘର ସମ୍ପାଦକ ବିଜୟ କୁମାର ନନ୍ଦ ସୂଚନା ଦେଇଛନ୍ତି ।   ଜୟପୁର ସରପଞ୍ଚ ଆରାଧାନା ସାମନ୍ତରାୟ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତଙ୍କ ସହିତ ଅନ୍ୟ ସେବାୟତ ମାନେ ବୈଠକରେ ଉପସ୍ଥିତରହିଥିଲେ ।  ଶ୍ରୀ ଶ୍ରୀ ସତ୍ୟବାଦୀ ଗୋପିନାଥ ଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୧/୨୦୨୩---୮.୧୦  Sakhigopal News, 15/11/2023

Blog Archive

Popular Posts