ପଲ୍ଲୀଶ୍ରୀ ମହାବିଦ୍ୟାଳୟର ସାହିତ୍ୟ ଭାଷା ଓଡ଼ିଆ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ
ବରଗଡ଼ ----ବରଗଡ ଜିଲ୍ଲା ପଲ୍ଲୀଶ୍ରୀ ମହାବିଦ୍ୟାଳୟ ପକ୍ଷରୁ ଚିଚିଣ୍ଡା ଅଡିଟୋରିୟମ ହଲ୍ ଠାରେ "ସାହିତ୍ୟଭାଷା ଓ ଓଡିଆ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରୁ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ଫୁଲ, ଚନ୍ଦନ ଦେଇ ଅଡିଟୋରିୟମ ହଲ୍ କୁ ପାଛୋଟି ନେଇଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ ସ୍ଵାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପଲ୍ଲୀଶ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଶଶିକଳା ମିର୍ଧା ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପଲ୍ଲୀଶ୍ରୀ ମହାବିଦ୍ୟାଳୟ ର ଅଧ୍ଯକ୍ଷ ରାମଚନ୍ଦ୍ର ସାହୁ ଯୋଗଦେଇ ଥିବାବେଳେ, ମୁଖ୍ୟବକ୍ତା ଭାବେ ଓଡିଆ ସାହିତ୍ୟ ଗବେଷକ ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ବୃନ୍ଦାବନ ବିହାରୀ ମିଶ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ, ଅଧ୍ୟାପିକା ମନମୟୀ ବାବୁ, ସାମ୍ବାଦିକ ଭବାନୀ ଶଙ୍କର ପାଢ଼ୀ ଯୋଗ ଦେଇଥିଲେ। ଅତିଥି ମାନେ ସାହିତ୍ୟ ଓ ଜୀବନ ଉପରେ ଆଧାରିତ ଉପାଦେୟ ତଥ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ଭୋଇ ପ୍ରାଦେଶିକ ଭାଷା ସାହିତ୍ୟ ସହିତ ଆଞ୍ଚଳିକ ଭାଷାରେ ଭାବର ଆଦାନପ୍ରଦାନ କରିବା ସହିତ ସମ୍ବଲପୁରୀ ସାହିତ୍ୟ ପ୍ରତି ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନେ ଆନ୍ତରିକତା ପ୍ରଦର୍ଶନ କରି ତାର ପ୍ରଚାର ଓ ପ୍ରସାର ପାଇଁ ବ୍ରତି ହେବାକୁ ଆହ୍ବାନ ଦେଇଥିଲେ। ଏହି ସମୟରେ ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ଓ ଅଧ୍ୟାପିକା ଶିକ୍ଷା ଉପରେ ଆଧାରିତ ନିଜସ୍ବ ସଂଗୀତ ଗାନ କରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ, ଉପହାର ପ୍ରଦାନ କରାଯାଇଥିଲା।ଏହି ସମୟରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ପରିଶେଷରେ +୩ ଶେଷ ବର୍ଷ ର ଛାତ୍ରୀ କୁମାରୀ ଗିତାଞ୍ଜଳୀ ଖେତି ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୧/୨୦୨୩---୭,୧୦ Sakhigopal News,29/11/2023