Breaking News

ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ ରେ ପରିବେଶ ସୁରକ୍ଷା ଓ ସଡ଼କ ସୁରକ୍ଷା ସଚେତନତା




ଭଞ୍ଜନଗର -- ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଜାଗଡ ଗଞ୍ଜାମ ଠାରେ ବିଦ୍ୟାଳୟର ଭାର ପ୍ରାପ୍ତ  ଅଧକ୍ଷା ଶ୍ରୀମତି ବଜୟନ୍ତି ବାଳା ପ୍ରିୟଦର୍ଶିନୀ ଙ୍କ ସଭାପତିରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପନା କାଯ୍ୟରେ ନ୍ୟସ୍ତଥିବା ଅଧ୍ୟାପକ ଗଣ ତଥା ଡ଼. ସନ୍ତୋଷ କୁମାର ଆପଟ, ରବୀନ୍ଦ୍ରନାଥ ପାଳ, ରାମଚନ୍ଦ୍ର ସାହୁ, ସସ୍ମିତା ରାଣୀ ବିଶ୍ବାଳ, ଏସ.ସତ୍ୟନାରାୟଣ ରେଡ୍ଡୀ ଓ ଦୀପ୍ତି ରଞ୍ଜନ ଦିଗଲଙ୍କ ସହ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ଗହଣରେ 'ସଡ଼କ ସୁରକ୍ଷା' ଓ ଇକୋକ୍ଲବ ଦ୍ଵାରା ପରଚାଳିତ ତେଜସ୍ୱୀନୀ ତରଫରୁ ବିଦ୍ୟାଳୟକୁ ପ୍ଲାଷ୍ଟିକ ମୂକ୍ତ କରିବା ଓ ପ୍ଲାଷ୍ଟିକର ପୁନଃ ବ୍ୟବହାର କରିବା ସମ୍ପର୍କରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାଯ୍ୟକ୍ରମଟିକୁ ବିଶିଷ୍ଟ ସମାଜସେବୀ ଶ୍ରୀ ଶୂଳପାଣି ଶତପଥୀ ସଂଯୋଜନା  କରିଥିଲେ ।  ନିଜର ବାକ୍ତ୍ୟବ ସହ ସମସ୍ତଙ୍କୁ ଶପଥ ପାଠ କରାଇବା ସହିତ ଏହାର ସଚେତନତାକୁ ଅଗ୍ରଣୀ କରିବା ଦିଗରେ ସୂଚାଇଥିଲେ। ଏଥିରେ ଭଞ୍ଜନଗରସ୍ଥିତ ଅବସରପ୍ରାପ୍ତ କ୍ୟାପଟେନ ଶ୍ରୀ ମହେନ୍ଦ୍ର କୁମାର ସ୍ବାଇଁ ଓ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟର ଅଧକ୍ଷ ଶ୍ରୀ ଅଜିତ କୁମାର ଶତପଥୀ  ଛାତ୍ର ଛାତ୍ରୀମାନଙ୍କୁ ଉସ୍ଥାହିତ କରାଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୧/୨୦୨୩---୬,୧୦ Sakhigopal News,21/11/2023

Popular Posts