Breaking News

ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କର ବୈଠକ



ଭଞ୍ଜନଗର :-ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଶ୍ରୀ ରାଙ୍ଗୁ ପାତ୍ର ଉଚ୍ଚ ବିଦ୍ୟାଳୟ, ଦୋମୁହାଁଣୀ ଠାରେ ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିଦ୍ଧେର୍ଶରେ ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ଙ୍କ ସଭାପତିତ୍ୱରେ ମାଧ୍ୟମିକ ପ୍ରଧାନଶିକ୍ଷକ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ର ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ବଡକୋଦଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ବାହାଡାପଦର ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସିଦ୍ଧାର୍ଥ ସ୍ୱାଇଁ, ଦୋମୁହାଁଣୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦେବେନ୍ଦ୍ର ସେଠୀ ଯୋଗଦେଇ ବୈଠକର ଉଦେଶ୍ୟ ଓ ଲକ୍ଷ୍ୟ ସହ ପରୀକ୍ଷା ପଦ୍ଧତି, ହାଉସ କ୍ଳବ, ମାଗଣା ବାଇସାଇକେଲ ଯୋଗାଣ, ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନା ଉପରେ ଆଲୋକପାତ କରିଥିଲେ l ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ସ୍ୱାଗତ ଭାଷଣ ଦେଇଥିଲେ । ତାଳଜୀବିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ କେଦାରନାଥ ସେଠୀ ଗତବୈଠକ ର ବିବରଣୀ ଉପରେ ମତ ରଖିଥିଲେ l ପରେ ପରେ 5ଟି ବିଦ୍ୟାଳୟ ର କ୍ଲାସ ରୁମ, ବିଜ୍ଞାନଗାର, ଲାଇବ୍ରେରୀ, ଶୌଚାଳୟ, ପିଇବାପାଣି, ଖେଳପଡିଆ ବୁଲି ଦେଖିବାସହ ଏହାର କାର୍ଯ୍ୟକାରିତା ଉପରେ ଛାତ୍ରଛାତ୍ରୀ ଙ୍କୁ ପଚାରି ବୁଝିଥିଲେ l ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ରାଜ କୁମାର ସାହୁ, ଭାସ୍କର ଷଡ଼ଙ୍ଗୀ, ଦିଲ୍ଲୀପ ସ୍ୱାଇଁ, କୁମୁଦ ଚନ୍ଦ୍ର ବlଡ଼ତ୍ୟl, କାମରାଜୂ ଗୌଡ଼, ବୈଜନ୍ତିମାଳl ପ୍ରିୟଦର୍ଶିନୀ, ସରୋଜଲକ୍ଷ୍ମୀ ଦାସ, ସତ୍ୟବାନ ସାହୁ, ଆଦିତ୍ୟ ପ୍ରସାଦ ତ୍ରିପାଠୀ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ପରବର୍ତ୍ତୀ ବୈଠକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବଦାଙ୍ଗୀ ଠାରେ ହେବା ପାଇଁ ନିଷ୍ପତ୍ତି  ନିଆଯାଇଥିଲା  ।  ଶେଷରେ ପ୍ରଧାନଶିକ୍ଷକ ଦେବେନ୍ଦ୍ର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୧/୨୦୨୩----୯,୦୦ Sakhigopal News,10/11/2023

Blog Archive

Popular Posts