ଜଟଣୀର ଜଣାଶୁଣା ସମାଜ ସେବୀ ସରୋଜ ମହାନ୍ତି ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି
ଜଟଣୀ ---- ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମର ମୂରବୀ ତଥା ସମାଜ ସେବୀ ସରୋଜ ମହାନ୍ତି ୬୨ବର୍ଷ ଦେହାନ୍ତ ଘଟିଛି। ଆଜି ଉପରବେଳା ଚାରିଟାରେ ନିଜ ବାସଭବନରେ ବେକରେ ଗାମୁଛା ବାନ୍ଧି ଫ୍ୟାନ ରେ ଝୁଲି ପଡ଼ିଥିବା ସ୍ଥାନୀୟ ଯୁବକ ମାନେ ଦେଖି ତାଙ୍କ ଘର ଲୋକ ଓ ଜଟଣୀ ଥାନାକୁ ଖବର ଦେଇଥିଲେ। ଏହି ଖବର ସୋସିଆଲ ମିଡିଆ ଦ୍ଵାରା ସାରା ସହର ଖେଳିଯାଇଥିଲା। ସନ୍ଧ୍ୟା ପାଞ୍ଚଟା ବେଳକୁ ହଜାର ହଜାର ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଜଟଣୀ ଥାନା ଅଧିକାରୀ ସବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ସାନଭାଇ ଟିକିନା ମହାନ୍ତି କହିଥିଲେ। ସ୍ବର୍ଗତ ମହାନ୍ତି ଛାତ୍ର ଜୀବନରୁ ଜଣେ ସମାଜ ସେବୀ ଭାବେ ପରିଚିତ। ୧୯୯୩ ମସିହାରେ ନିଜ ଗ୍ରାମ କୁଦିଆରି ର କଳଙ୍କ ଦେଶୀ ମଦ ଭାଟି ଉଠାଇବା ପାଇଁ ଏକମାସ ରୁ ଉର୍ଦ୍ଧ ଗଣ ଆନ୍ଧୋଳନ କରିଥିଲେ । ସେଥିପାଇଁ ସେ ରାଜ୍ୟ ସରକାରଙ୍କ ଲିଫ୍ଟ ଇରିଗେଶନ ବିଭାଗ ଅଧିନରେ ଅଫିସ ବଡ଼ବାବୁ ଚାକିରି ଛାଡ଼ି ବାକୁ ପଡ଼ିଥିଲା। ଆନ୍ଧୋଳନ ଏତେ ତିବ୍ର ହୋଇଥିଲା ଯେ ତାହା ସାରା ଓଡ଼ିଶାକୁ ବ୍ୟାପିଥିଲା। ତାର ପ୍ରଭାବରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରୁ ଦେଶୀ ମଦ ଭାଟି ଉଠାଇବାକୁ ପଡ଼ିଥିଲା। ଜଟଣୀ ଉଡନ୍ତା ପୋଲ ପାଇଁ ମଧ୍ୟ ଅନେକ ଥର ରାଲି , ରାସ୍ତାରୋକ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୯୯୭ ଗ୍ରାମର ଲୁକାୟିଟ କଳାର ବିକାଶ ପାଇଁ ଆମେସବୁ କଳାକାର ନାମକ ନାଟ୍ୟ ଅନୁଷ୍ଠାନ ଗଠନ କରି ଅନେକ କଳାକାର ସୃଷ୍ଟି କରିଥିଲେ। ପ୍ରତ୍ୟେକ ବର୍ଷ ଗାଁ ମେଲଣ ବେଳେ ତିନିରାତି ଅପେରା ହୁଏ ଯାହା ଗତ ବର୍ଷ ୨୫ ବର୍ଷ ପୂର୍ତ୍ତି ପାଳନ କରିଥିଲା। ଅତ୍ୟନ୍ତ ମିଲାପି, ଖୁସି ମିଞ୍ଜାସ ମଣିଷ ଯୋଉଠି ବସିବେ ଯୁବକ ମାନେ ଘେରିଯାଇ ତାଙ୍କ ଠାରୁ ଶୁଧ ଓଡ଼ିଆରେ ମଜା କଥା ଶୁଣିବାକୁ ଭିଡ ଜମାନ୍ତି । ସମସ୍ତଙ୍କର ପ୍ରିୟ ଥିଲେ ସରୁ ଭାଇ। ଏଭଳି ବ୍ୟକ୍ତି କାହିଁକି ଆତ୍ମହତ୍ୟା କଲେ ବୋଲି ଶ୍ରମିକ କଂଗ୍ରେସର ବରିଷ୍ଠ ନେତା ଏଲ୍ ଡି ମହାନ୍ତି ପ୍ରଶ୍ନ ଉଠାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧୧/୨୦୨୩----୫,୨୦ Sakhigopal News,6/11/2023