ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ
ଭଞ୍ଜନଗର-- ସାବିତ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ମିଳିତ ଆନୁକୂଲ୍ୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୨୨ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ସୁଚନା ଦେଇଛନ୍ତି | ଏଥିରେ କ୍ରୀଡ଼ା, ସାଂସ୍କୃତିକ ଓ ସମାଜସେବା ସଚେତନତା କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥ୍ ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା, ବିଇଓ ଧନଞ୍ଜୟ ସାଂସଦଙ୍କ ପ୍ରତିନିଧି ପଞ୍ଚାନନ ପାଳ, କଲେଜ ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମଲ୍ଲିକ ମଞ୍ଚରେ ଉପସ୍ଥିତ ଥିଲେ | ଅଧ୍ୟାପିକା ସୁପ୍ରଭା ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ | କ୍ରୀଡ଼ା ଦ୍ବାରା ମଣିଷର ମନ ଓ ଶରୀର ସତେଜ ରହେ। କ୍ରୀଡ଼ାର ଉପକାରିତା ଏବଂ ସୁସ୍ଥ ଓ ନିରୋଗୀ ଜୀବନ ଯାପନ ସକାଶେ ଏହାର ଆବଶ୍ୟକତା ଉପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଅଧ୍ୟାପକ ଅମୂଲ୍ୟ ଶତପଥୀ, ପଙ୍କଜ ଦାସ, ସନ୍ତୋଷ ମହାନ୍ତି, ହେମଲତା ଭୋଇ, ଭାଇ, ଶ୍ରୀୟା ପ୍ରଧାନ, ମୋନାଲିସା ସାହୁ, ରଶ୍ମିତା ବେହେରା, ଏସ. ଦେବୀ, ସଂଯୁକ୍ତା ପଟ୍ଟନାୟକ, ଉର୍ମିଳା କର୍ମଚାରୀ ସହଯୋଗ କରିଥିଲେ | ପାଟଯୋଶୀ, ସଂଧ୍ୟାରାଣୀ ପ୍ରଧାନ, ଜୟଲକ୍ଷ୍ମୀ ରଥ ସମେତ ଅଧ୍ୟାପିକା ଅଧ୍ୟାପକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ନୋଡ଼ାଲ ଅଫିସର ପ୍ରେମଚାନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ | ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୧/୨୦୨୩----୮,୨୦ Sakhigopal News,23/11/2023