ଯୁବ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ
ଭଞ୍ଜନଗର--
ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରୟୋଜିତ ଯୁବ ଦକ୍ଷତା ବିକାଶ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ଥିବା ବିଭିନ୍ନ ପ୍ରକାର ଦକ୍ଷତାର କିପରି ବିକାଶ ହେବ ସେଥି ସକାଶେ ଅଧ୍ୟକ୍ଷ ନିଜ ବକ୍ତବ୍ୟ ରଖିଥିଲେ । ପାଠ ସହିତ ବିଭିନ୍ନ ପ୍ରକାର ଜ୍ଞାନ କୈଶଳ ଯଥା-ସଙ୍ଗୀତ ଗାନ, ନୃତ୍ୟ, ଅଭିନୟ , ତର୍କ, ବିଭିନ୍ନ ପ୍ରକାର ରଚନା ସହିତ ବିଭିନ୍ନ ପ୍ରକାର କ୍ରୀଡା ମାଧ୍ୟମରେ ଦକ୍ଷତାରେ ବିକାଶ ହେଲେ ସେମାନଙ୍କ ଭବିଷ୍ୟତ ଉତ୍କଳ ହୋଇପାରିବ । ଏପରି ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କୁ ଅଧ୍ୟକ୍ଷ, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ କୃତଜ୍ଞତା ଜଣାଇଥିଲେ । ତତ୍ ପରେ ସଙ୍ଗୀତ, ଝୋଟି,ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଓ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାକୁ ନୋଡାଲ ଅଫିସର ଦୁର୍ଗାମାଧବ ଦାଶ ପରିଚାଳନା କରିଥିଲେ । ବିରୁପାକ୍ଷ,ବଙ୍ଗାଳୀ ତଥା ଛାତ୍ର ସ୍ଵୟଂପ୍ରକାଶ, ସଙ୍ଗୀତା ,ଶୟନ କୁମାର ସହଯୋଗ କରିଥିଲେ । ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୩---୨,୪୫ Sakhigopal News,18/11/2023