ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ଭାଷା" ବୃତ୍ତି ର ପ୍ରମାଣ ପତ୍ର ବଣ୍ଟନ ଉତ୍ସବ
ବରଗଡ଼ ---ବରଗଡ ଜିଲ୍ଲା ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ହୋତା ଙ୍କ ସଭାପତିତ୍ବରେ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ "ଓଡ଼ିଆ ଭାଷା" ବୃତ୍ତି ର ପ୍ରମାଣ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାହିତ୍ୟ ଶିକ୍ଷକ ଲଲିତ ରଥ। ମୁଖ୍ୟ ଅତିଥି ଭାବେ ରେମଣ୍ଡା ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତୋଷବନ୍ତ ମେହେର ଯୋଗ ଦେଇଥିଲେ। ପ୍ରଥମେ ମା ବାଗଦେବୀ ସରସ୍ଵତୀଙ୍କ ପ୍ରତିଛବି ନିକଟରେ ପୁଷ୍ପମାଲ୍ଯ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ମେହେର ମେଧାବୀ ଗରିବ ଛାତ୍ରଛାତ୍ରୀ ଆର୍ଥିକବସ୍ଥା ସ୍ଵଚ୍ଛଳନଥିବା ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପାଠ ପଢା ରେ କଠିନ ପରିଶ୍ରମ କରିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ସିଆରସିସି ମନୋରଞ୍ଜନ ବେହେରା ଯୋଗଦେଇ ଥିଲେ। ଚଳିତ ବର୍ଷ ବିଦ୍ୟାଳୟର ମେଟ୍ରିକ ପରୀକ୍ଷା ସାହିତ୍ୟ ରେ ଯଥାକ୍ରମେ ୯୩,୯୪ % ମାର୍କ ରଖି ତନବୀ ସାହୁ ଓ ଜିନା ମେହେର ମୁଖ୍ୟମନ୍ତ୍ରୀ ସାହିତ୍ୟ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ଅନୁପସ୍ଥିତ ଥିବାରୁ ତାଙ୍କର ପିତାମାତା ମାନଙ୍କୁ ପ୍ରମାଣ ପତ୍ର ସହ ଉପଢ଼ୌକନ ପ୍ରଦାନ କରି ସମର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ଓଡିଆ ଭାଷା ସାହିତ୍ୟ ବୃତ୍ତି ପଦକ୍ଷେପ କୁ ଅଭିଭାବକ, ଅଭିଭାବିକା ମାନେ ଉଚ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମେହେର ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ଲଲିତ ରଥ, ସାମ୍ବାଦିକ ହେମନ୍ତ ନାୟକ, ଭବାନୀ ଶଙ୍କର ପାଢ଼ୀ ଓ ବଲରାମ ବାଗଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଛାତ୍ରୀ କୁନି ବୈଜ୍ଞାନିକ ଆଦ୍ୟାଶା ବହିଦାର ତାଙ୍କର ଇସ୍ରୋ ଯାଇଥିବା ଅଭିଜ୍ଞତା ବର୍ଣନା କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ନିରଞ୍ଜନ ମେହେର, ମେଘନାଦ ମେହେର, କଳାକାହ୍ନୁ ମେହେର, ପ୍ରଶାନ୍ତ ପଣ୍ଡା, ଛାୟା ପଟ୍ଟନାୟକ, ଶ୍ରୁତି ବହିଦାର, ସତ୍ୟବତୀ ବାଗ, ଜୟନ୍ତ କଲତା ଓ ହାରାଧନ ରଣା ଉପସ୍ଥିତ ଥିଲେ । ବିଦ୍ୟାଳୟ ର ଶିକ୍ଷକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୧୧/୨୦୨୩---୧୦,୨୫ Sakhigopal News,18/11/2023