Breaking News

ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ ଓ ଶିକ୍ଷାଦାନ

 
ଭଞ୍ଜନଗର ----- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ( ଷ୍ଟେଟ୍ ଇନ୍ଷ୍ଟଇଷ୍ଟ୍ଯଉଟ୍ ଅଫ୍ ଓପନ୍  ସ୍କୁଲିଙ୍ଗ୍) ଦ୍ଵାରା ରାଜ୍ୟର ସମସ୍ତ ଡ୍ରପ୍ ଆଉଟ୍/ ଅଧାରୁ ପାଠ ଛାଡିଥିବା ପିଲା କିମ୍ବା କୌଣସି କାରଣରୁ ବିଦ୍ୟାଳୟ ରେ ପାଠପଢ଼ାରୁ ବଞ୍ଚିତ ହୋଇଥିବା ପିଲାମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ନିମନ୍ତେ ସ୍ପେଶାଲ୍ ଡ୍ରାଇଭ୍ ନଆମନମଓଦ (ଆଡ୍ ମିଶନ୍ ) ଜରିଆରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ  କରାଯାଇଛି । ଏମାନଙ୍କୁ ପୂର୍ବରୁ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ଭଂଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟଙ୍କ ନିଜସ୍ଵ ଉଦ୍ୟମ ରେ ସମସ୍ତ ସି ଆର୍ ସି ସି ଙ୍କ ଚେଷ୍ଟା ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଏହି ମୁକ୍ତ ବିଦ୍ୟାଳୟ ସେଣ୍ଟର ର କୋଡିନେଟର ଉମାକାନ୍ତ ନାହାକ ଓ ସହକାରୀ କୋଡିନେଟର ଶ୍ୟାମା ପ୍ରସାଦ ମିଶ୍ର , ବିଦ୍ୟାଳୟ ର ସମସ୍ତ ଙ୍କ ସହଯୋଗ କ୍ରମେ ଏହି ବିଦ୍ୟାଳୟ ରେ ମୋଟ ୨୨୫ ଜଣ ଶିକ୍ଷାର୍ଥୀ ମାଗଣା ରେ ଜୁଲାଇ ୧ ତାରିଖ ଠାରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ନାମ ଲେଖାଇଥିଲେ । ନାମ ଲେଖା ସରିବା ପରେ ସେମାନଙ୍କ ଶିକ୍ଷାଦାନ ଯଦିଓ ଆରମ୍ଭ କରାଯାଇଥିଲା କିନ୍ତୁ ସେମାନଙ୍କୁ ବୋର୍ଡ଼ ତରଫରୁ ବହି ଯୋଗାଇ ଦିଆଯାଇପାରି ନ ଥିଲା । ଆଜି ସେମାନଙ୍କୁ ବହି ଯୋଗାଇ ଦିଆଯାଇଥିଲା ।ଏବଂ ବିଧିବଦ୍ଧ ଭାବେ ଶିକ୍ଷାଦାନ ପୁଣି ଆରମ୍ଭ କରାଗଲା । ସରକାର ଙ୍କ ଏହି ଉତ୍ତମ ପ୍ରୟାସ ଯୋଗୁଁ ପାଠପଢ଼ାର ସୁଯୋଗ ପୁଣି ଥରେ ପାଇଥିବା ଛାତ୍ର ଛାତ୍ରୀ ଖୁବ୍ ଖୁସିରେ ପାଠ ପଢିବା ପାଇଁ ଆସିଥିଲେ । ଏବଂ ଏହି ମହତ୍ ଉଦ୍ଦେଶ୍ୟ ର ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ  ଓ ଶ୍ରୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୧/୨୦୨୩----୬,୨୦ Sakhigopal News,21/11/2023

Blog Archive

Popular Posts