Breaking News

ଲୋକଙ୍କ ସୁଖ ଦୁଃଖର ସାଥି ନୟାଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ



ନୟାଗଡ---ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ହେବା ପରେ  ଜିଲ୍ଲାରେ ଦୃନୀତି ମୁକ୍ତ ହୋଇ ସରକାର ଙ୍କ ଯୋଜନା ସଠିକ ଓ ବିଭିନ୍ନ ପ୍ରକଳ୍ପ କୁ କିଭଳି ଠିକ ସମୟରେ କାର୍ଯ୍ୟ ସମ୍ପାଦନ ହେବ ଏ ଦିଗରେ ଗୁରୁତ୍ୱ ଦେଉଛନ୍ତି ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଜଣେ ଉଚ୍ଚଶିକ୍ଷିତ, ମେଳାପୀ ,ସମାଜ ସେବୀ ଲୋକସମ୍ପର୍କ ବ୍ୟକ୍ତିଭାବେ ପରିଚିତ। ରଣପୁର ଅଞ୍ଚଳରେ ଜନ୍ମିତ ଏହି ଉଚ୍ଚଶିକ୍ଷିତ ସମାଜ ସେବୀ ଇଂ ଦେବାଶିଷ ପଟ୍ଟନାୟକ ତାଙ୍କ ଯୁବାବସ୍ଥାରୁ ସେ ସମାଜ କଲ୍ୟାଣ ସେବାରେ ନିୟୋଜିତ ରହିଛନ୍ତି। ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ବହୁ ପ୍ରଶଂସାର ପାତ୍ର ହୋଇଛନ୍ତି।ଜିଲ୍ଲା ପରିଷଦ ଅଫିସିରେ ପ୍ରାୟ କାର୍ଯ୍ୟ ଦିବସ ସମେତଛୁଟି ଦିବସରେ ସେ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି।ଜିଲ୍ଲା ରୁ ଯେଉଁ ଲୋକ ତାଙ୍କର ସମସ୍ୟା କୁ ଦେବାଶିଷ ଙ୍କ ପାଖରେ କୁହନ୍ତି ସେ ଲୋକଙ୍କ ଅଭିଯୋଗ କୁ ପ୍ରାଧ୍ୟାନ ଦେଇ ସମାଧାନ କରିବା ପାଇଁ  ଚେଷ୍ଟା କରିଥାନ୍ତି।ଗାଁର ଉନ୍ନତି ମୂଳକ କାର୍ଯ୍ୟ ହେଉ କି ଯେ କୌଣସି କାମ ହେଉ ସବୁ କାର୍ଯ୍ୟରେ ନିୟୋଜିତ ହୋଇ ଥାଆନ୍ତି।ଲୋକଙ୍କ ଆପତ୍ତି ଅଭିଯୋଗ ପ୍ରତ୍ୟକ ଦିନ ତାଙ୍କ ପ୍ରକୋଷ୍ଟରେ ଶୁଣି ଥାଆନ୍ତି।ଜିଲାରେ କୌଣସି ବିଭାଗୀୟ କାର୍ଯ୍ୟରେ ଦୃନୀତି ଯଦି ଗଣ ମାଧ୍ୟମରେ ପ୍ରକାଶ ପାଇଥାଏ ତାହେଲେ ତାକୁ ଗୁରୁତ୍ୱ ଦେଇ ତଦନ୍ତ କରିବାକୁ ଅଗ୍ରସର ହୋଇ ଥାଆନ୍ତି।ଜିଲ୍ଲା ପରିଷଦ ବୈଠକ କରିବା ଏବଂ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଅଗ୍ରାଧିକାର ଦେବା ଏହା କୌଣସି ଜିଲା ପରିଷଦ ଅଧ୍ୟକ୍ଷ ଙ୍କ ସମୟରେ ହୋଇ ନଥିଲା। ଜିଲା ପରିଷଦ ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ ବାରମ୍ବାର ବୈଠକ ଡାକିବା ଏବଂ ଜିଲାର ସମସ୍ତ ଜିଲା ପରିଷଦ ସଭ୍ୟଙ୍କୁ ଅଗ୍ରାଧିକାର ଦେବା, ଓ ଜିଲାର ବିଭିନ୍ନ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ,ସାଂସଦ, ବିଧାୟକ, ଜିଲାର ସମସ୍ତ ଅଧିକାରୀଙ୍କ ଫୋନ ନମ୍ବର ବହି ପ୍ରକାଶ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି। ରାସ୍ତା ଦୃର୍ଘ ଟଣାରେ ଆହତତ ବ୍ୟକ୍ତିମାନଙ୍କୁ  ନିଜେ ତାଙ୍କ ଗାଡ଼ିରେ ମେଡ଼ିକାଲ ନେଇ ତାଙ୍କ ପାଖରେ ରହି ଚିକିତ୍ସିତ କରିବାରେ ସେ କେବେ ହେଲେ ଅବହେଳା କରି ନାହାନ୍ତି। ସେଥିଯୋଗୁ ଜଣସାଧାରଣ ରେ ସେ ଚର୍ଚ୍ଚିତ ଚେହେରା ହୋଇ ରହିଛନ୍ତି।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୧୧/୨୦୨୩----୮,୩୫ Sakhigopal News,11/11/2023

Blog Archive

Popular Posts