Breaking News

ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମସଂକୀର୍ତ୍ତନ



ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ମର ହାଣ୍ଡୁଳେଇ ଠାକୁରାଣୀଙ୍କ ପୀଠ ସହିତ ବଳପୁର ଗ୍ରାମରେ ପୂଜିତ ଗୋପିନାଥଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଗୋପିନାଥଙ୍କ ପୀଠରେ କର୍ତ୍ତା ଭାବେ ନିହାର ରଞ୍ଜନ ମହାପାତ୍ର ଓ କର୍ତ୍ତୀ ଭାବେ ଇତିଶ୍ରୀ ମହାପାତ୍ର ରହିଥିବା ବେଳେ ପୁରୋହିତ ଭାବେ ବିଭଭୁତି ଭୂଷଣ ମିଶ୍ର କାର୍ଯ୍ୟ ତୁଳାଇଥିଲେ । ମା ହାଣ୍ଡୁଳେଇଙ୍କ ପୀଠରେ କର୍ତ୍ତା ଭାବେ ସୁକାନ୍ତ କୁମାର ପଣ୍ଡା ରହିଥିବା ବେଳେ ପୂଜକ ନାରାୟଣ ପଣ୍ଡା ଓ ପଣ୍ଡିତ ବିଶ୍ୱନାଥ ମିଶ୍ର ଯଜ୍ଞ କାର୍ଯ୍ୟ ଶେଷ କରିଥିଲେ । ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି---୨୮/୧୧/୨୦୨୩----୮,୧୦    Sakhigopal News---28/11/2023

Blog Archive

Popular Posts