ବିଜେପି ପକ୍ଷରୁ ଭେଡେନ ବ୍ଲକ ଅଫିସ ଘେରାଉ କରାଯାଇଥିଲା
ବରଗଡ଼ --- ଓଡିଶାରେ ଚାଲିଥିବା ଦୁର୍ନୀତି ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଓଡିଶା ଭାରତୀୟ ଜନତାପାର୍ଟି ର ସଭାପତି ମନମୋହନ ସାମଲ ନିର୍ଦ୍ଦେଶ କ୍ରମେ ଭେଡେନ ବ୍ଲକ ଅଫିସ ଘେରାଉ କରାଯାଇଥିଲା।
ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଯଶୋବନ୍ତ ସେଠଙ୍କ ଆହ୍ବାନ କ୍ରମେ ଭେଡେନ ବ୍ଲକ ଅଫିସ ଘେରାଉ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଡି ମୂରଲି କ୍ରିଷ୍ଣା, ବରଗଡ ସାଂସଦଙ୍କ ପ୍ରତିନିଧି ବିପିନ ଭୁସାଗର, ଉର୍କୁଲୁ ତାଣ୍ଡି, ମିଲନ ସେଠ, ରଞ୍ଜନ ସେଠ, ଭରତ ବେହେରା ଭେଡେନ ମଣ୍ଡଳ ସଭାପତି ଜୟଦେବ ପ୍ରଧାନ, ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ପପଂଗା ମଣ୍ଡଳ ସଭାପତି ଧନେଶ୍ୱର ପାଢ଼ୀ,କ୍ଷୀରେଶ ମହାକୁର ଆନନ୍ଦ ଅଗ୍ରୱାଲ ଚନ୍ଦ୍ର ତାଣ୍ଡି, ମଂଗଳୁ ମହାକୁର, ରବିନ୍ଦ୍ର ନାୟକ, ବାବୁଲୁ ପାଢ଼ୀ, ରନଜିତ ସେଠ, ଟଙ୍କଧର ମେହେର, ନିରୋଜ ବାରିକ ସମେତ ବହୁ ସଂଖ୍ଯାରେ ମହିଳା ଓ ପୁରୁଷମାନେ ଯୋଗଦାନ କରିଥିଲେ। ଭେଡେନ ବିଡ଼ିଓଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଦୁର୍ନୀତି ହେଉଥିବା ଦର୍ଶାଇ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୨୪/୧୧/୨୦୨୩---୮,୪୫ Sakhigopal News,24/11/2023
ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୨୪/୧୧/୨୦୨୩---୮,୪୫ Sakhigopal News,24/11/2023