ଅଳିଆ ଗଦାରେ ନିଆଁ ଲାଗି ଦିନରାତି ନିର୍ଗତ ହେଉଛି ଧୂଆଁ , ଅସ୍ତବ୍ୟସ୍ତ ସ୍ଥାନୀୟ ଅଞ୍ଚଳ ବାସି c
ଜଟଣୀ --୧୯୮୧ ମସିହାରୁ ବାୟୁ ପ୍ରଦୂଷଣର ନିୟନ୍ତ୍ରଣ ଓ ନିରାକରଣ ଆଇନ ପ୍ରଚଳିତ ହୋଉଥିଲେ ମଧ୍ୟ ଆମ ସ୍ଥାନୀୟ ପ୍ରଶାସନ ଏବଂ ଆମର ଆନ୍ତରିକ ସହଯୋଗ ଅଭାବରୁ ଏହାର ସୁଫଳ ମିଳୁପାରୁନାହିଁ l ଆମ ରାଜ୍ୟର ୭ ଟି ସହର ବାୟୁ ପ୍ରଦୂଷଣ ବଳୟ ଭିତରେ ରହିଛି l ବର୍ତ୍ତମାନ ଆମେ ଏପରି ଏକ ବିଷବଳୟ ପରିବେଶ ଭିତରେ ଗତି କରୁଛେ ଯାହାକି ପରିବେଶ ନଷ୍ଟ ହେବା ଫଳରେ ଋତୁ ର ବିଭ୍ରାଟ ଦେଖାଦେଇଛି l ବାୟୁ ପ୍ରଦୂଷଣରେ ସାରା ଦେଶ ଅସ୍ତବ୍ୟସ୍ତ ହେଉଥିବା ବେଳେ ରେଲୱେ ସ୍ୱାସ୍ଥ୍ୟ ବିଭାଗ ଅଳିଆ ଗଦାରେ ନିଆଁ ଲଗାଇ ବାୟୁ ପ୍ରଦୂଷଣ କରିବା କେତେଦୂର ଯଥାର୍ଥ ତାହା ଚର୍ଚ୍ଚାର ବିଷୟ ପାଲଟିଛି l ସୂଚନା ମୁତାବକ ରେଲୱେ ଲୋକକଲୋନୀ ଠାରୁ ହରିପୁର ଜଂକ୍ସନ ଷ୍ଟେସନ କୁ ସଂଯୋଗ କରୁଥବା ମୁଖ୍ୟ ରାସ୍ତା l ଏହି ରାସ୍ତାକୁ ରେଳ କର୍ମଚାରୀ ଏବଂ ପୁରୀ ଜିଲ୍ଲା ଗୋଡ଼ିପୁଟ ମାଟିଆ ପଡା ପଞ୍ଚାୟତର ବରପଦା, ହରିପୁର, ରେଙ୍ଗଳ, ଅରାଗଡ଼, ଝାରପଡା ଗ୍ରାମର ଶତାଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି l ଦିନ ରାତି ଏହି ରାସ୍ତାରେ ଗ୍ରାମବାସୀ ଯିବା ଆସିବା କରିଥାନ୍ତି l ରେଲୱେ ପ୍ରଶାସନର ସ୍ୱାସ୍ଥ୍ୟ ବିଭାଗ ମାଣିଆ ଛକ ନିକଟସ୍ଥ ଏହି ମୁଖ୍ୟ ରାସ୍ତା କଡରେ ଏକ "ଡମ୍ପିଙ୍ଗ "ୟାର୍ଡ଼ କରି ରେଲୱେର ପ୍ରତ୍ୟକ କଲୋନୀର ଓଦା ଓ ଶୁଖିଲା ଅଳିଆ ଆବର୍ଜନା ଆଣି ଏଠାରେ ଗଦାଇ ଅଳିଆ ଗଦାରେ ନିଆଁ ଲଗାଇବା ଫଳରେ ଓଦା ଅଳିଆ ଠିକସେ ନ ଜଳି ଦିନ ରାତି ସେଥିରୁ ଧୂଆଁ ବାହାରୁଛି l ଏହି ଧୂଆଁରେ ସ୍ଥାନୀୟ ଅଞ୍ଚଳ ବାସି ତଥା ସେହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି l ରେଲୱେ ସ୍ୱାସ୍ଥ୍ୟ ବିଭାଗ ଏହି ମନମୁଖୀ କାର୍ଯ୍ୟ କଳାପ କୁ ନା ପସନ୍ଦ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସି l ରେଳ ପ୍ରଶାସନ ତାର ପ୍ରତ୍ୟେକ କାର୍ଯ୍ୟକୁ ଘରୋଇ କରଣ କରିବା ଦିନ ଠାରୁ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ସମସ୍ତ କାର୍ଯ୍ୟ ଚାଲେ l ବର୍ତ୍ତମାନ ରେଲୱେ ସ୍ୱାସ୍ଥ୍ୟ ବିଭାଗ ତାର କର୍ମଚାରୀ ଅଭାବ ଦର୍ଶାଇ ସଫେଇ କାର୍ଯ୍ୟକୁ ଠିକା ସଂସ୍ଥାକୁ ଦେଇ ଚୁପ ବସିଛି ସ୍ୱାସ୍ଥ୍ୟ ବିଭାଗ l ଏହା ଦ୍ୱାରା ଏହାର ଫାଇଦା ଉଠାଉଛି ଠିକାଦାର l ସଠିକ ରୂପେ କାର୍ଯ୍ୟ ନ କରି ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି l ତେଣୁ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଏଥି ପ୍ରତି ତୀକ୍ଷ୍ଣ ଦୃଷ୍ଟି ପ୍ରଦାନ କରି ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୧/୨୦୨୩-----୭,୪୫ Sakhigopal News,9/11/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୧/୨୦୨୩-----୭,୪୫ Sakhigopal News,9/11/2023