ବରଗଡ଼ ---- ବରଗଡ ଜିଲ୍ଲା ରେମଣ୍ଡା ଫଟାଟିକରା ଠାରେ ଅଁଏଲା ତଲ ଉର୍ଧେ ଚତୁର୍ଦ୍ଦଶୀ ଅବସରରେ ଶ୍ରୀ ମା ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ୨୫ତମ ନାଟକ "ଜୀବନ ଡଙ୍ଗା "ପରିବେଷଣ ହୋଇଯାଇଛି। ଶ୍ରୀ ମା ଯୁବକ ସଂଘ ସଭାପତି ଶୁକ୍ରୁ ମାହାର ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାକୁ ସଂଯୋଜନା କରିଥିଲେ ନାରାୟଣ ଭୋଇ । ଅତିଥି ପରିଚୟ ପ୍ରଦାନ କରିଥିଲେ ପଂକଜ ପାତ୍ର। ମୁଖ୍ୟ ଅତିଥି ଭାବେ ଭାଷାବିତ୍ ତଥା ସାହିତ୍ୟ ଗବେଷକ ଉତ୍ପନ୍ନ କୁମାର ଭୋଇ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଶୁସାନ୍ତ ମିଶ୍ର, ସ୍ଵତନ୍ତ୍ର ବକ୍ତା ଭାବେ ରେମଣ୍ଡା ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଝସକେତନ ପ୍ରଧାନ, କଥାକାର ତେଜରୁ ବାରିକ, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ରାମଚନ୍ଦ୍ର ଭୋଇ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନେ କଳାପ୍ରେମୀ ନାଟ୍ୟ ନିର୍ଦ୍ଦେଶକ ସ୍ଵର୍ଗତ ଡକ୍ଟର ନରେନ୍ଦ୍ର କୁମାର ସାହୁଙ୍କ ଫଟୋ ଚିତ୍ରରେ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ସ୍ଵର୍ଗତ ସାହୁଙ୍କ ବାପା ଜପେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଥିବା ବେଳେ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ଶ୍ରୀ ମା ଯୁବକ ସଂଘ ର ସମସ୍ତ କଳାକାର ମାନଙ୍କୁ ଜପେଶ୍ୱର ସାହୁ ସମ୍ମାନିତ କରିଥିଲେ। ଏହି ସମୟରେ ଅତିଥି ମାନଙ୍କ ଦ୍ଵାରା ରଚୟିତା ଶ୍ରୀମତୀ ଓଜସ୍ବିନୀ ମାହାର ଙ୍କ ରଚିତ ପୁସ୍ତକ "ଜୀବନ ଡଙ୍ଗା"ଉନ୍ମୋଚିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଛୋଟଛୋଟ ବାଳକ, ବାଳିକା ନୃତ୍ୟ, ଗୀତ ପରିବେଷଣ କରିଥିଲେ । ଏହା କୁ ସଂଯୋଜନା କରିଥିଲେ ମୋନାଲିସା ପ୍ରଧାନ ଓ ଚିନ୍ମୟୀ ପ୍ରଧାନ। ରାତିରେ "ଅଁଏଲା ତଲ ଉଧେଁ" ରଚୟିତା ଓଜସ୍ବିନୀ ମାହାରଙ୍କ ସମ୍ବଲପୁର ନାଟକ" "ଜୀବନ ଡଙ୍ଗା"ପରିବେଷଣ ହୋଇଥିଲା।ଏହାକୁ ନିର୍ଦ୍ଦେଶକ ଅବସରପ୍ରାପ୍ତ ଶିକ୍ଷକ ଶୁଶିଲ କୁମାର ଭୂଏ, ସହ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ପ୍ରଧାନ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ କୁଶ, ଦୀପକ, ଟିକେସ୍ଵର, ବିଜୟ, ମହନ, ଅରୁଣ ରୁନା, ନିରଞ୍ଜନ, ଦିନେଶ ଓ ଅନ୍ୟାନ୍ୟ କଳାକାର ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।