Breaking News

ବିବାହିତା ମହିଳାଙ୍କୁ ହତ୍ୟା. ସ୍ବାମୀ ଓ ଶାଶୁ ଙ୍କ ନାମରେ ମାମଲା ରୁଜୁ :ସ୍ବାମୀ ଅଟକ


ଭଞ୍ଜନଗର --- ମହିଳା ଜଣକ ଗତ ୩ ବର୍ଷ ପୂର୍ବରୁ ବିବାହ କରିଥିଲେ ।  ୨ ବର୍ଷର କନ୍ୟା ସନ୍ତାନ ଟିଏ ମଧ୍ୟ ରହିଛି । ତା' ସତ୍ବେ ଶାଶୁ ଏବଂ ସ୍ବାମୀଙ୍କୁ ଯୌତୁକ ଲୋଭ ଘାରିଲା  । ଶେଷରେ ସ୍ବାମୀ ଓ ଶାଶୁ ମିଶି ଝିଅକୁ ମାରିଦେଲେ । ମୃତ ମହିଳାଙ୍କ ବାପଘର ପକ୍ଷରୁ ଏମିତି ଅଭିଯୋଗ ଆସିଛି ତାରାସିଙ୍ଗି ଥାନା ଅନ୍ତର୍ଗତ ବୁଢାବାରି ଗାଁ ରେ । ମୃତ ମହିଳା ଜଣକ ହେଲେ ରଶ୍ମିତା ବାରିକ (୨୩) ।  ନିକଟସ୍ଥ ତୋଲଡି ଗାଁ ର ମହେନ୍ଦ୍ର ପ୍ରଧାନ ଙ୍କ ଝିଅ ରଶ୍ମିତା । ଗତ ୩ ବର୍ଷ ତଳେ ବୁଢାବାରି ଗାଁ ର ଦିପୁ ବାରିକ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ଦିନପରେ ଅଧିକ ଯୌତୁକ ପାଇଁ ରଶ୍ମିତା କୁ ନିର୍ଯ୍ୟାତନା ଦେଉଥିଲେ ଶାଶୁଘର ଲୋକେ । ଫଳରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଥିଲା । ଗତ ଶୁକ୍ରବାର ଦିନ କୌଣସି କାରଣ କୁ ନେଇ ସ୍ବାମୀ ଦିପୁ  ରଶ୍ମିତା କୁ ମାଡ଼ମାରି ଥିଲା । ଏବଂ ପରବର୍ତ୍ତୀ ସମୟରେ ଘର ଭିତରେ ହିଁ ରଶ୍ମିତାର ମୃତ୍ୟୁ ହୋଇଥିଲା । ଏନେଇ ବାପଘର ଲୋକେ ଖବରପାଇ ଝିଅ ଶାଶୁଘରେ ପହଞ୍ଚିଥିଲେ । ଏବଂ ଝିଅର ମୃତ ଦେହ ପଡ଼ିଥିବା ଦେଖି ,ତାରାସିଙ୍ଗି ଥାନା ପୋଲିସ କୁ ଖବର ଦେଇଥିଲେ । ଶନିବାର ଦିନ ତାରାସିଙ୍ଗି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହି ଘଟଣାକୁ ନେଇ ତାରସିଂ ଥାନା କେସନଂ ୪୧୭/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ଭିତିରିଆ କହିଛନ୍ତି ।ଏହି ଘଟଣାର ଅଧିକ ତଦନ୍ତ ପାଇଁ ସ୍ବାମୀ ଦିପୁକୁ ଅଟକ ରଖି ପଚରାଉଚରା କରୁଥିବା ବିଶ୍ବାସ୍ତ ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୧/୨୦୨୩---୭,୪୫ Sakhigopal News,25/11/2023

Blog Archive

Popular Posts