Breaking News

ସତ୍ୟବାଦୀରେ ୭୨ତମ ଜିଲ୍ଲା ସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉତ୍ସବ ପାଳିତ

 



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଗୁଆଳିଗୋରଡା ହାଟବଜାର ପ୍ରାଙ୍ଗଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରାଣି ସମ୍ପଦ ବିକାଶ ବିଭାଗ ପୁରୀଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ  ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜିଲା ପ୍ରାଣି ଚିକିତ୍ସା ଅଧିକାରୀ ଡ. ଶରତ କୁମାର ବେହେରା, ଅତିରିକ୍ତ ଜିଲା ପ୍ରାଣି ଚିକିତ୍ସା ଅଧିକାରୀ ଡ, ଗଙ୍ଗାଧର ଲେଙ୍କା, ଡ, ଜଗବନ୍ଦୁ ବେହେରା, ସୁଜିତ କୁମାର ଦାସ, ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ନୃସିଂହ ଚରଣ ସାହୁ, ସତ୍ୟବାଦୀ ବ୍ଳକର ଆତ୍ମାର ଅଧ୍ୟକ୍ଷ ମହମ୍ମଦ ଝିକିରିଆ, କେବିକେର ମୁଖ୍ୟ ଅଧିକାରୀ  ସୂର୍ଯ୍ୟନାରାୟଣ  ମିଶ୍ର , ସ୍ଥାନୀୟ ସରପଞ୍ଚ ଦୁଶାସନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗୋ ମାତାପୂଜା କରିବା ପରେ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଧାୟକ ଶ୍ରୀ ସମାନ୍ତରାୟ ଉପସ୍ଥିତ ଗୋ ପାଳକ ମାନଙ୍କୁ ନିଜେ ଯେପରି ଘରେ ବାସ କରୁଛେ ଠିକ ସେହିପରି ଗୋ ମାତା ମାନଙ୍କୁ ସେହିପରି ଘରେ ରଖିବାକୁ ଚେଷ୍ଠା କରିବା ପାଇଁ ନିବେଦନ କରିଥିଲେ । ଏବେ ଗୋ ମାତା ମାନଙ୍କୁ ବିଭିନ୍ନ ରୋଗ ଆକ୍ରମଣ କରୁଛି । ତେଣୁ ସେମାନଙ୍କର ଯତ୍ନନେବା ଆମର କର୍ତବ୍ୟ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ । ଅନ୍ୟ ଅତିଥି ମାନେ କହିଥିଲେ ପ୍ରଥମେ ପିତାମାତାଙ୍କ ସେବା ତା ପରେ ଗୋ ସେବା କରିବା ଦରକାର ବୋଲି କହିଥିଲେ । ପ୍ରତି ଘରେ ଗୋମାତା ପାଳନ କରିବା ପାଇଁ ଉପସ୍ଥିତ ଥିବା ମା ମାନଙ୍କୁ ଅତିଥି ମାନେ କହିଥିଲେ । ଏହି ଅବସରରେ ବିଭିନ୍ନ ବ୍ଳକରୁ ପ୍ରାୟ ୨ଶହ ଗାଇ, ବାଛୁରୀ ପ୍ରଦର୍ଶନୀରେ ଭାଗ ନେଇଥିଲେ । ବିଭିନ୍ନ ବ୍ଳକପ୍ରାଣି ଚିକିତ୍ସା ଅଧିକାରୀ ମାନେ ମିଳିତ ଭାବେ ଗାଇ ମାନଙ୍କର ମୂଲ୍ୟାୟନ କରିଥିଲେ । ସେମାନଙ୍କ ମଧ୍ୟରୁ ନକୁଳ ଭୋଇଙ୍କ ଗାଇ ପ୍ରଥମ ସ୍ଥାନ ଅଧିକାର କରିଥବା ବେଳେ ସହଦେବ ଦଳାଇ ଦୁତୀୟ ଓ ଭାସ୍କର ସେଠୀଙ୍କ ଗାଇ ତୁତୀୟ ସ୍ଥାନ ଅଧିକାର କରିଥିବା ବେଳେ କ୍ଷୀରୋଦ ଚନ୍ଦ୍ର ବରାଳ ଙ୍କ ବାଛୁରୀ ପ୍ରଥମ ସ୍ଥାନ ଅଧିକାର କରିଥିଲା  । ଅତିଥି ମାନଙ୍କ ଦ୍ୱାରା ଗୋ ପାଳକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ନିମାପଡା ବ୍ଳକର ପ୍ରାଣି ଚକିତ୍ସା ଅଧିକାରୀ ସଧିଗ୍ନା ସେନାପତି ସଂଯୋଜନା କରିଥିବା ବେଳେ ସତ୍ୟବାଦୀ ର ଅତିରିକ୍ତ ପ୍ରାଣି ଚିକିତ୍ସା ଅଧିକାରିଣି ମୌସୁମୀ ମହାପାତ୍ରଙ୍କ ସହିତ ଅନ୍ୟ ପଣୁ ଚିକିତ୍ସା ଅଧିକାରୀ ମାନେ କାର୍ଯର୍୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୧/୨୦୨୩---୮,୧୦   Sakhigopal News , 15/11/2023

Blog Archive

Popular Posts