Breaking News

କାର୍ତ୍ତିକ ପୂର୍ଣ୍ଣମୀରେ ରାଜାରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ

 


ସାକ୍ଷୀଗୋପ।।ଳ---  ପବିତ୍ର ମହାକାତ୍ତିକ ମାସ ଶେଷ ତଥା ପୂର୍ଣ୍ଣମୀକୁ ରାସ ପୂର୍ଣ୍ଣମୀ କହନ୍ତି । ଏହି ଦିନ ରାତିରୁ ଉଠି ନିଜର ନିତ୍ୟକର୍ମ ସାରି ଗ୍ରାମ ମାନଙ୍କରେ ଥିବା ପୋଖରୀ , ନଦୀ, ଯୋର ତଥା ସାକ୍ଷୀଗୋପାଳ ସ୍ଥିତ ଚନ୍ଦନପୋଖରୀରେ ଶହ ଶହ ଲୋକମାନେ ଡଙ୍ଗା ଭସାଇଥିଲେ । କଦଳୀ ଭାସୁଙ୍ଗା, ଶୋଲ, କାଗଜ ଡଙ୍ଗାରେ ପାନ, ଗୁଆ, ଚାଉଳ, ରାଶି, ଦୀପ, ଫୁଲ, ଭୋଗ ଆଦି ଥୋଇ ନଦୀରେ ବୋଇତ ଭସାଇଥାନ୍ତି । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ରାଜା ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥିଲା । ରବିବାର ରାତିରୁ ସେବାୟତ ମାନେ ଲୋକଙ୍କ ଗହଳିକୁ ଲକ୍ଷ୍ୟ କରି ରାତିରୁ ଦ୍ୱାରଫିଟା ନୀତି କରିବା ସହ ଠାକୁରଙ୍କ ନୀତିକାନ୍ତି କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ଓ ସେବାୟତ ସଂଘର ସହଯୋଗରେ ଧାଡିରେ ଶ୍ରଦ୍ଧାଳୁ ମାନେ ଯାଇ ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିବା ସହ ଫୁଲମାଳ, ତୁଳସୀ, ଦୀପ ଓ ଭୋଗ କରିଥିବାର ଦେଖାଯାଇଥିଲା । ସେହିପରି ଆଜି ରାସ ପୂର୍ଣ୍ଣମୀ ଯୋଗୁ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ କରାଯାଇଥିଲା । ଲୋକମାନେ ଠାକୁରଙ୍କୁ ଦର୍ଶନ କରିବା ପରେ ପରେ ସାକ୍ଷୀଗୋପିନାଥ ଦେବଙ୍କ ଛତୁ, ପିଠା, କାକେରା, ଡାଳିମ୍ବ ଆଦି ଭୋଗ କିଣିକି ନେଉଥିବାର ଦେଖାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୧/୨୦୨୩----୭,୨୦     Sakhigopal News, 27/11/2023

Blog Archive

Popular Posts