ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରବି ରାୟଙ୍କର ୯୭ ତମ ଜୟନ୍ତୀ ପାଳିତ
ଜଟଣୀ:-- ବିଶିଷ୍ଟ ସାଧନତା ସଂଗ୍ରାମୀ ଗାନ୍ଧୀବାଦୀ ତଥା ସମାଜବାଦୀ ଚିନ୍ତା ନାୟକ, ଲୋକସଭାର ପ୍ରଥମ ଓଡିଆ ବାଚସ୍ପତି, ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରବି ରାୟଙ୍କର ୯୭ତମ ଜୟନ୍ତୀ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ।ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନର ସଭାପତି ଆଇନଜୀବୀ ତଥା ସାମ୍ବାଦିକ ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ସ୍ବର୍ଗତ ରବି ରାୟଙ୍କ ଜୀଵନୀ ବିଷୟରେ ଆଲୋଚନା କରିଥିଲେ। ସ୍ବର୍ଗତ ରାୟ ସମାଜବାଦୀ ରାଜନେତା ଭାବେ ଭାରତ ବର୍ଷରେ ଏକ ସମାଜବାଦୀ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ଶେଷ ନିଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ପ୍ରଚେଷ୍ଟା କରିଥିଲେ । ସେ ଜଣେ ଓଡିଆ ପୁଅ ଭାବେ ଭାରତର ଲୋକ ସଭାର ବାଚସ୍ପତି ଭାବେ ଦାୟିତ୍ବ ଭାର ଗ୍ରହଣ କରି ନିରପେକ୍ଷ ଭାବେ ଲୋକସଭା ପରିଚାଳନା କରି ଓଡିଶାର ଗୌରବ ବୃଦ୍ଧି କରିଥିଲେ। ଦୁର୍ନିତି ମୁକ୍ତ ରାଜନେତା ଭାବେ ସେ ସୁନାମ ଅର୍ଜନ କରି, ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିବା ବକ୍ତା ମାନେ କହିଥିଲେ । ଆଜିର ଯୁବ ସମାଜ ସ୍ବର୍ଗତ ରବି ରାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଦୁର୍ନିତିମୁକ୍ତ ସମାଜ ପ୍ରତିଷ୍ଠା କରିବା ପାଇଁ ଆଗେଇ ଆସିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ହବିବୁର ରହେମାନ, ରବିନ୍ଦ୍ର ପ୍ରସାଦ ମିଶ୍ର, ଅଧ୍ୟାପକ ବିଜୟ କୁମାର ପଣ୍ଡା, ଯୁବ ସଂଗଠକ ଅରୁଣ କୁମାର ମହାନ୍ତି, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ବାସୁଦେବ ସେଠୀ, ସୁଶାନ୍ତ କୁମାର ରାଉତ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ଛାତ୍ରୀ ଅକ୍ସିତା ରାଉତରାୟ, ଆଇନଜୀବୀ ଆଶୁତୋଷ ରାୟ, ଅମରେଶ ରାଉତରାୟ, ଏମ୍.ଡି. ପରଭେଜ ହାଇଦର ପ୍ରମୁଖ ଯୋଗଦେଇଥିଲେ। ପୁର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ସେବା ସଂଘର କାର୍ଯ୍ୟକାରୀ ସଭାପତି ଦିବାକର ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୧/୨୦୨୩---୭,୪୫ Sakhigopal News,27/11/2023