Breaking News

ସତ୍ୟବାଦୀରେ ୭ଟି ପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ୭ଗୋଟି ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଆମ ବ୍ୟାଙ୍କ ଶାଖା ଖୋଳିଛି । ଯାହାକି ଗ୍ରାମ ପଞ୍ଚାୟତର ଲୋକମାନଙ୍କର ସୁବିଧା ହେବା ପାଇଁ ରାଜ୍ୟ ସରକାର ଆମ ବ୍ୟାଙ୍କ ଖୋଲିଛନ୍ତି ।  ପେଣ୍ଠପଡା,ମୂଳଅଳସା, ନୂଆସୋମୋଶ୍ୱରପୁର, ମହୁରା, ଦୁଗଲ,  ଏହି ପାଞ୍ଚଟି ପଞ୍ଚାୟତ ବ୍ୟାଙ୍କ ଅଫ ବରୋଦା ଅଧିନରେ ରହିଥବା ବେଳେ ଦାସବିଦ୍ୟାଧରପୁର,ବିଦ୍ୟାଧରପୁର ପଞ୍ଚାୟତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିନରେ ରହିଛି ।  ଉକ୍ତ ସାତଗୋଟି ପଞ୍ଚାୟତରେ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲିପିସା ରାୟ, ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ସହିତ ବ୍ଳକର ବିଭିନ୍ନ ଅଧିକାରୀ, ଜେଇ, ସ୍ଥାନୀୟ ସରପଞ୍ଚ, ବ୍ୟାଙ୍କର ଅଧିକାରୀ,  ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ସହିତ ସମିତିସଭ୍ୟ, ସଭ୍ୟା ଓ ନାଏବ ସରପଞ୍ଚଙ୍କ ଉପସ୍ଥିତିରେ ବ୍ୟାଙ୍କ ଗୁଡିକ ଉଦଘାଟିତ ହୋଇଯାଇଛି । ପକୃତ ପକ୍ଷେ ଏହି ବ୍ୟାଙ୍କ ଗୁଡିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଙ୍କ ସହିତ  ଆମ ଓଡିଶା, ନବୀନ ଓଡିଶାର ମୁଖ୍ୟ ଭି,କେ, ପାଣ୍ଡିୟାନ ଉପସ୍ଥିତ ରହିଥିଲେ ।  ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ  ଆମ ବ୍ୟାଙ୍କ ଖୋଲିଛି । ଏହି ବ୍ୟାଙ୍କକୁ ବ୍ୟାଙ୍କ ଅଫ ବରୋଦାର କର୍ମଚାରୀ ଙ୍କ ସହିତ ବ୍ଳକର ଜେଇ ଶରତ ସୁଧାଂଶୁ ରଥ, ପେଣ୍ଠପଡା ପଞ୍ଚାୟତର ଭିଏଲଡ୍ୟୁ ସାରଙ୍ଗ ଧର ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ବ୍ୟାଙ୍କ ଉଦଘାଟନ କରାଯାଇଥିଲା । ମାତ୍ର ବ୍ୟାଙ୍କରେ ନିଯୁକ୍ତିକୁ ନେଇ ସେଠାରେ ସ୍ଥାନୀୟ ଯୁବକ ମାନେ ହୋ ହଲ୍ଲା କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି---୨୮/୧୧/୨୦୨୩----୮,୧୦   Sakhigopal News, 28/11/2023

Blog Archive

Popular Posts