Breaking News

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

 



ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପୁରୀଙ୍କ ଦ୍ୱାରା ଏହା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନୀଏ କୁମାର ପଣ୍ଡା, ବିଡିଓ ଲିପିସା ରାୟ,ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ଶିବ ସୁନ୍ଦର ଦାଶଙ୍କ ସହିତ ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠିତ ସଭାରେ ରାଜ୍ୟ ସରକାରଙ୍କ ଏପରି ଅଭିନବ ଚିନ୍ତାଧାରାକୁ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସାଧୁବାଦ ଜଣାଇବା ସହ ଭିନ୍ନକ୍ଷମ ମାନେ ନିଜ ନିଜ ବ୍ଳକରେ ସମସ୍ତ ସୁବିଧା ପାଇ ପାରିବେ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସେହିପରି ସତ୍ୟବାଦୀ ତହସିଲଦାର ଶ୍ରୀ ଜୟସିଂ ଓ ବିଡିଓ କହିଥିଲେ ରାଜ୍ୟ ସରକାର ଯୋଗାଇ ଦେଉଥିବା ସୁବିଧା ଯେପରି କୌଣସି ଦିବ୍ୟାଙ୍ଗ ବ୍ୟାକ୍ତି ମାନେ ହାତଛଡା ନ କରନ୍ତି ସେଥିପ୍ରତି ସମସ୍ତେ ନଜର ଦେବାକୁ ଉପସ୍ଥିତ ରହିଥିବା ବ୍ଳକର ସମସ୍ତ କର୍ମଚାରୀ ମାନଙ୍କୁ କହିଥିଲେ । ଏବିଡିଓ ସଲିଲ କୁମାର ଦାଶ ଅନୁଷ୍ଠିତ ସଭାରେ ସଂଯୋଜନା କରିଥିଲେ । ବିଶେଷ କରି ଅସ୍ଥିଶଲ୍ୟ ବିଭାଗରେ ଲୋକଙ୍କର ଭିଡ ପରିଲକ୍ଷିତ ହୋଇଥିଲା । କାନ ପାଇଁ ଡ, ନବୀନ କୁମାର ସାହୁ ଗଳାପାଇଁ ରବୀନ୍ଦ୍ର ଘଡେଇ, ମାନସିକ ବିକାରଗସ୍ତ ବିଭାଗର ଡ,ବିଶ୍ୱଜିତି ମାହରଣା, ଡ, ଅମିତ କୁମାର ମହାନ୍ତି, ଆଖି ବିଭାଗର ଡ, ପିୟଙ୍କା ଜେନା, ଅସ୍ଥିଶଲ୍ୟ ବିଭାଗର ଡ, ଜିତେନ୍ଦ୍ର ଷଡଙ୍ଗୀ, ଡ,ବର୍ଷା ମିର୍ଶ, ଡ, ସୌରଭ ମିଶ୍ର ପ୍ରମୁଖ ଯୋଗ ଦେଇ ରୋଗୀ ମାନଙ୍କୁ ସଠିକ ପରୀକ୍ଷା କରି ସେମାନଙ୍କୁ ବସପାସ ସହିତ ପ୍ରମାଣପତ୍ର ଯୋଗାଇ ଦେଇଥିଲେ । ସାକ୍ଷୀଗୋପାଳ ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ, ବିଶ୍ୱଜିତି ମିଶ୍ର, ଫାର୍ମାସିଷ୍ଟ ସୁରେଶ କୁମାର ନନ୍ଦ  ସହଯୋଗ କରିଥିଲେ । ବ୍ଳକର ବିଭିନ୍ନ ପଞ୍ଚାୟତରୁ ପାୟ ୩ଶହ ଦିବ୍ୟାଙ୍ଗ ଏହି ଶିବିରରେ ଯୋଗ ଦେଇଥବାର ଜଣାପଡିଛି । ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ମୋନିକା ଦାଶ ଓ ଜୁନିୟର ଆସିଷ୍ଟାଣ୍ଡ ଶ୍ରୀଲକ୍ଷ୍ମୀ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସତ୍ୟବାଦୀ ବ୍ଳକର କର୍ମଚାରୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୦/୨୦୨୩---୭,୧୦   Sakhigopal News, 10/11/2023

Blog Archive

Popular Posts