Breaking News

ସମ୍ବଲପୁରୀ ଫିଲ୍ମ "ବଡମା" ସୁଟିଂ ଶେଷ ପର୍ଯ୍ୟାୟରେ


 ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି ର ଡାଃ ସୁରେନ୍ଦ୍ର କୁମାର ମେହେର ଙ୍କ ବଗିଚା ଠାରେ ସମ୍ବଲପୁରୀ ଫିଲ୍ମ "ବଡମା" ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫିଲ୍ମ ଟି ସ୍ଵାଧୀନତା ସଂଗ୍ରାମୀ ବନ୍ନୀ କନ୍ଯା ତଥା ସମାଜସେବୀ ପାର୍ବତୀ ଗିରି ଜୀବନୀ ଉପରେ ଆଧାରିତ । ଏହାର ମୁଖ୍ୟ ନିର୍ଦ୍ଦେଶକ ଲିଟୁ ମହାନ୍ତି। ଶ୍ରୀ ମହାନ୍ତିଙ୍କ କହିବା ଅନୁସାରେ ଏହି ବଗିଚା ରେ ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ସହିତ ରମାଦେବୀ, ପାର୍ବତୀ ଗିରିଙ୍କ ମଧ୍ୟରେ ବରୀ ସେବାଘର ଔରଙ୍ଗାବାଦ, କଟକ ଠାରେ ଘଟିଥିବା ଘଟଣା ଆଧାରିତ ଶୁଟିଂ ହୋଇଥିଲା। ଏହି ଫିଲ୍ମଟିକୁ ଅତିଶୀଘ୍ର ସିନେମା ହଲରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡ଼ିଛି। ଦର୍ଶକ ମାନଙ୍କ ବେଶ ଆଦୃତ ହେବ ବୋଲି ଶ୍ରୀ ମହାନ୍ତି ଆଶା ପ୍ରକାଶ କରିଛନ୍ତି। ବହୁ ସଂଖ୍ୟାରେ କଳାକାର ମାନେ ଉପସ୍ଥିତ ଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ବରଗଡ ସାମ୍ବାଦିକ ସଂଘ ର ସଭାପତି ସୁରେନ୍ଦ୍ର କୁମାର ହୋତା ଯୋଗ ଦେଇଥିଲେ।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧୧/୨୦୨୩----୮,୫୫ Sakhigopal News,8/11/2023

Blog Archive

Popular Posts