Breaking News

ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରେ ତୁଳସୀ ବିବାହ ଉତ୍ସବ ଅନୁଷ୍ଠିତ

  


ସାକ୍ଷୀଗୋପାଳ ----- ମହାକାର୍ତ୍ତିକ୍ ମାସର ଗରୁଡ ଦ୍ୱାଦଶୀ ତିଥିରେ ସାକ୍ଷୀଗୋପିନାଥ ମନ୍ଦିର ନିକଟରେ ଥିବା ରାମ ମନ୍ଦିର ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ତୁଳସୀ ବିବାହ ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିରରେ ସମସ୍ତ ନୀତିକାନ୍ତି ସରିବା ପରେ ମନ୍ଦିରରେ ପୂଜା ପାଉଥିବା ଚଳନ୍ତି ପ୍ରତିମା ଶ୍ରୀ ନାରାୟଣଙ୍କୁ ସେଠାରୁ ଅଣାଯାଇ ପଞ୍ଚାମୃତରେ ସ୍ନାନ କରାଯାଇଥିଲା । ଫୁଲ,ଚନ୍ଦନ,ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ସେହିପରି ମା ତୁଳସୀ ବୃକ୍ଷକୁ ବିବାହ ମଣ୍ଡପକୁ ଅଣାଯାଇ ଫୁଲ,ଚନ୍ଦନ,ନୂତନ ବସ୍ତ୍ର, କାଚ, ସିନ୍ଦୁର ପରିଧାନ କରାଯାଇ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।  ରାମମନ୍ଦିରର ପୂଜକ ବଂଶୀଧର ପାଢ଼ୀ ଓ ଅନ୍ୟ ବ୍ରାହ୍ମଣ ହରିହର ମହାପାତ୍ର ବିବାହ କାର୍ଯ୍ୟ ଶେଷ କରିଥିଲେ ।  ପ୍ରଭୁ ଲକ୍ଷ୍ମୀନାରାୟଣଙ୍କର ପିତା ମାତା ଭାବେ ଶରତ ଜନ୍ଦ୍ର ମହାପାତ୍ର ସଂଯୁକ୍ତା  ମହାପାତ୍ର ରହିଥିବା ବେଳେ କନ୍ୟା ତୁଳସୀଙ୍କର ପିତା ଭାବେ ସତ୍ୟପିୟ ମହାପାତ୍ର ଓ ରଞ୍ଜିତା ମହାପାତ୍ର ବିବାହ କାର୍ଯ୍ୟ ଶେଷ କରିଥିଲେ । ଏହି ବିବାହ କାର୍ଯ୍ୟରେ ମଧ୍ୟସ୍ଥି ଭାବେ ସାକ୍ଷୀଗୋପିନାଥଙ୍କ ସେବାୟତ ରାମଚନ୍ଦ୍ର ନନ୍ଦ ରହିଥିଲେ । ବିବାହ କାର୍ଯ୍ୟ ଶେଷ ହେବା ପରେ କନ୍ୟା ଘର ପକ୍ଷରୁ ବରଯାତ୍ରୀ ମାନଙ୍କ ପାଇଁ ଆଳିପଣା ସହିତ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।  ବିବାହ କାର୍ଯ୍ୟ ଶେଷ ହେବା ପରେ ଉପସ୍ଥିତ ଥିବା ମହିଳା ମାନେ ହୁଳହୁଳି ପକାଇ ବରକନ୍ୟାଙ୍କୁ ବନ୍ଦାପନା କରି ଶ୍ରୀରାମ ମନ୍ଦିରକୁ ତଥା ଘରକୁ ପ୍ରବେଶ କରାଇଥିଲେ । ରାତ୍ରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୧/୨୦୨୩----୭,୨୫   Sakhigopal News , 24/11/2023

Blog Archive

Popular Posts